fbpx

News across the Earth, news close to your heart, Read Odisha Bhaskar English

ବିଏସଏଫ କ୍ଷମତା ବୃଦ୍ଧି ପ୍ରସଙ୍ଗ; ଅମିତ ଶାହାଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପୱାର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୀମାରେ ବିଏସଏଫର କ୍ଷମତା ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ବରିଷ୍ଠ ରାଜନେତା ତଥା ଏନସପି ମୁଖ୍ୟ ଶରଦ ପୱାର । ପଞ୍ଜାବ ଏବଂ ପଶ୍ଚିମବଙ୍ଗ ଭଳି କିଛି ରାଜ୍ୟ ଅଧୀନରେ ଆସୁଥିବା ଅନ୍ତର୍ଜାତୀୟ ସୀମାରେ ବିଏସଏଫର କ୍ଷମତାକୁ ବୃଦ୍ଧିକୁ ନେଇ ଏହି ରାଜ୍ୟମାନଙ୍କ ଦ୍ୱାରା କେନ୍ଦ୍ର ସରକାର ସମାଲୋଚିତ ହୋଇଛନ୍ତି । ସେମାନେ କହିଛନ୍ତି ଏହା ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ ଏବଂ ରାଜ୍ୟର ଅଧିକାରର ଉଲ୍ଲଘଂନ ଆଉ ଏହାରି ଉପରେ ମନ୍ତବ୍ୟ ରଖିଛନ୍ତି ପୱାର ।

ଗତ ସପ୍ତାହରେ ପୱାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ସେ କହିଥିଲେ କେନ୍ଦ୍ର ସରକାର ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାକୁ ଅପବ୍ୟବହାର କରୁଛନ୍ତି । ବିଏସଏଫ କ୍ଷମତା ବୃଦ୍ଧି ନିଷ୍ପତ୍ତିକୁ ନେଇ ଟିଏମସି ମୁଖପାତ୍ର କହିଥିଲେ ଏହା ରାଜ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ ଟ୍ୱିଟ କରି ଆନ୍ତର୍ଜାତୀୟ ସୀମାରେ ବିଏସଏଫ କ୍ଷମତାକୁ ୫୦ କିମି ବଢ଼ାଇବାକୁୁୁ ବିରୋଧ କରିବା ସହ ଏହା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି କହିଥିଲେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ କହିଥିଲେ ।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ, ଆସାମ ଏବଂ ପଞ୍ଜାବର ଅନ୍ତର୍ଜାତୀୟ ସୀମାଠାରୁ ୫୦ କିଲୋମିଟର ଦୂରତା ମଧ୍ୟରେ ବିଏସଏଫକୁ ସନ୍ଧାନ, ଜବତ ଏବଂ ଗିରଫ କରିବାକୁ ଅନୁମତି ଦେବା ପାଇଁ କେନ୍ଦ୍ର ସରକାର ସୀମା ସୁରକ୍ଷା ବଳ ଆଇନରେ ସଂଶୋଧନ କରିଥିଲେ । ପୂର୍ବରୁ ଏହା ୧୫ କିମି ଥିଲା । ତେବେ ଆସାମ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

Get real time updates directly on you device, subscribe now.