fbpx
BJD SKY
BJD SKY

୧୦୦ କୋଟି ଡୋଜ ଟିକାକରଣରେ ଦେଶ ପାଳିବ ଉତ୍ସବ: କୈଳାଶ ଖେରଙ୍କ ଗୀତ ଲଞ୍ଚ କଲେ ମାଣ୍ଡବୀୟ-ହରଦୀପ ପୁରୀ

BJD

ନୂଆଦିଲ୍ଲୀ: କରୋନା ବିପକ୍ଷ ଲଢେଇରେ ଭାରତ ଏକ ବୃହତ୍ତର ଉପଲବ୍ଧି ହାସଲ କରିବାକୁ ଯାଉଛି । କରୋନା ଟିକାକରଣରେ ଭାରତ ଖୁବ ଶୀଘ୍ର ୧୦୦ କୋଟି ଡୋଜ ଲଗାଇବାକୁ ଯାଉଛି । ଏହି ଉପଲବ୍ଧିକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୈଳାଶ ଖେରଙ୍କ ଏକ ଗୀତ ଲଞ୍ଚ କରାଯାଇଛି । କରୋନା ଟିକାକରଣ ପାଇଁ ଏହି ଗୀତଟିକୁ ଥିମ ସଙ୍ଗ ଭାବରେ ଚୟନ କରାଯାଇଛି । ଦେଶରେ ଟିକାକରଣ ୧୦୦ କୋଟି ପାର କରିବା ପରେ ବିଭିନ୍ନ ସାର୍ବଜନୀନ ସ୍ଥାନରେ ଏହି ଗୀତଟି ବଜାଯିବ । ରେଳ ଷ୍ଟେସନ, ବିମାନ ବନ୍ଦର, ବସ ଷ୍ଟାଣ୍ଡ ଭଳି ସ୍ଥାନ ଗୁଡିକରେ ଏହି ଥିମ ସଙ୍ଗ ବାଜିବ ବୋଲି ଜଣାପଡିଛି । ୧୦୦ କୋଟି ଡୋଜ ପୂରଣ ହେବା ପରେ ସମଗ୍ର ଦେଶରେ ଏହି ଗୀତ ସାମୂହିକ ଭାବରେ ବାଜିବ ।

ଶନିବାର ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଏକ ଗୀତ ଲଞ୍ଚ କରାଯାଇଛି । କୈଳାଶ ଖେରଙ୍କ ସ୍ୱରରେ ରହିଥିବା ଏହି ଗୀତରେ ଟିକାକରଣକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରାଯାଇଛି । ସୋମବାର ସୁଦ୍ଧା ଦେଶରେ ସମୁଦାୟ ଟିକାକରଣ ସଂଖ୍ୟା୧୦୦ କୋଟି ଅତିକ୍ରମ କରିବାର ଆଶା ରଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି ଶୁକ୍ରବାର ସୁଦ୍ଧା ଦେଶରେ ୯୭ କୋଟି ପ୍ରଥମ ଡୋଜ ଟିକାକରଣ ସମାପ୍ତ ହୋଇଛି । ୧୦୦ କୋଟି ଅତିକ୍ରମ ହେବା ପରେ ଏହି ଗୀତ ସାମୂହିକ ଭାବରେ ବାଜିବ ।

ଏହି ଗୀତଟି ଟିକାକୁ ନେଇ ରହିଥିବା କୁଶିକ୍ଷା ଦୂର କରିବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି କୈଳାଶ ଖେର । କେବଳ ମନୋରଞ୍ଜନ ନୁହେଁ ବରଂ ଲୋକଙ୍କୁ ସଚେତନ କରାଇବା ପାଇଁ ଏହି ଗୀତଟି ନିର୍ମାଣ କରାଯାଇଛି ବୋଲି ଖେର କହିଛନ୍ତି । ୨୫ ମାର୍ଚ୍ଚ ୨୦୨୦ ସମୟରେ କରୋନା ସହିତ ଲଢିବା ପାଇଁ କୌଣସି ସମ୍ବଳ ନଥିବା ବେଳେ ଆସନ୍ତା କିଛି ଦିନ ମଧ୍ୟରେ ଏହା ୧୦୦ କୋଟି ଛଇଁବାକୁ ଯାଉଛି ଯାହାକି ଏକ ବଡ ଉପଲବ୍ଧି ବୋଲି କହିଛନ୍ତି ହରଦୀପ ସିଂ ପୁରୀ ।୨୦୦୪-୧୪ ଯାଏଁ କଂଗ୍ରେସ ସରକାର ପିଏସୟୁ ଟିକାକରଣ କମ୍ପାନୀ ବନ୍ଦ କରୁଥିବା ବେଳେ ଟିକାକରଣକୁ ନେଇ ଗୁଜବ ବ୍ୟାପିଥିଲା । ରାଜସ୍ଥାନରେ ଟିକା ଡଷ୍ଟବିନରେ ଫିଙ୍ଗା ଯାଉଥିବା ବେଳେ ପଞ୍ଜାବରେ ଲାଭଖୋରୀ କରାଯାଇଥିଲା । ଏସବୁ ସତ୍ତେ୍ୱ ୧୦୦ କୋଟି ଡୋଜ ଛୁଇଁବା ଆମ ପାଇଁ ସ୍ୱତନ୍ତ୍ର ବୋଲି ହରଦୀପ କହିଛନ୍ତି ।

Get real time updates directly on you device, subscribe now.