fbpx

NCP ବିଧାୟକ ଛଗନ ଭୂଜବଳଙ୍କୁ ମିଳିଲା ହତ୍ୟା ଧମକ; ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ସମର୍ଥକଙ୍କ ଦାବି

Advertisement

ମୁମ୍ୱାଇ: ମହାରାଷ୍ଟ୍ରମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଧାୟକ ଛଗନ ଭୂଜବଳଙ୍କୁ ହତ୍ୟା ଧମକପୂର୍ଣ୍ଣ ଚିଠି ମିଳିଛି। ଏହାର ଗୋଟିଏ ଦିନ ପରେ ସେ ଶନିବାର ଗଣମାଧ୍ୟମକୁ କହିଛନ୍ତି କିପରି ତାଙ୍କୁ ଧମକ ମିଳିଛି ଆଉ କେତେ ଟଙ୍କା ମିଳିବ ନେଇ ଲେଖା ହୋଇଛି। ତାଙ୍କ କହିବା ଅନୁସାରେ ଚିଠିରେ ତାଙ୍କୁ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କାର ଚୁକ୍ତି ଦିଆଯାଇଛି। ସେ କହିଛନ୍ତି, “ମୋତେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଏହା ମୋ କାର୍ଯ୍ୟାଳୟକୁ ଆସିଥିଲା। ଏଥିରେ ଲେଖାଥିଲା ଯେ ମୋତେ ମାରିବା ପାଇଁ ୫୦ ଲକ୍ଷ ଟଙ୍କାର ଚୁକ୍ତି ଦିଆଯାଇଛି।

ଭୂଜବଳ ଆହୁରି ମଧ୍ୟ କହିଛନ୍ତି, “ଗତ କିଛି ମାସ ମଧ୍ୟରେ ଏଭଳି ଅନେକ ଧମକ ଆସିଛି ଏବଂ ମୋତେ ଧମକପୂର୍ଣ୍ଣ କଲ୍ ମଧ୍ୟ ଆସିଛି। ଭୂଜବଳଙ୍କ କାର୍ଯ୍ୟାଳୟ ଏଏନଆଇକୁ କହିଛି ଯେ ଜଣେ ଅଜ୍ଞାତ ବ୍ୟକ୍ତି ନାସିକରେ ଏନସିପି ନେତାଙ୍କ କାର୍ଯ୍ୟାଳୟକୁ ଏକ ଚିଠି ପଠାଇ ତାଙ୍କୁ ହତ୍ୟା କରିବା ପାଇଁ ଦିଆଯାଇଥିବା ଚୁକ୍ତି ବିଷୟରେ ଜଣାଇଥିଲେ।

ଭୂଜବଳ ଆହୁରି ମଧ୍ୟ କହିଛନ୍ତି, ମୁଁ ରାଜନୀତିରେ ଥିବାରୁ ବର୍ଷ ବର୍ଷ ଧରି ମୋତେ ଅନେକ ଧମକ ମିଳିଛି ଏବଂ ଆକ୍ରମଣ ମଧ୍ୟ ହୋଇଛି। ସବୁଦିନ ଭଳି ଏହାକୁ ପୁଲିସ ନିକଟକୁ ପଠାଯାଇଛି। ଭୂଜବଳଙ୍କ ସମର୍ଥକମାନେ ତାଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଏହି ଧମକପୂର୍ଣ୍ଣ ଚିଠିର ତଦନ୍ତ କରୁଛି ନାସିକ ପୋଲିସ।

 

Get real time updates directly on you device, subscribe now.