fbpx
BSKY
BJD SHG SKY
BJD MC SKY

ଜ୍ଞାନବାପୀ ମାମଲା: ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କଲେ ଟିଏମସି ନେତା, କହିଲେ ଯୋଗୀ ପଶ୍ଚିମବଙ୍ଗ ଆସିଲେ…

ଲକ୍ଷ୍ନୌ: ଥମିବାର ନାଁ ଧରୁନି ଜ୍ଞାନବାପୀ ମାମଲା । ପଶ୍ଚିମବଙ୍ଗର ଜାମିଆତ୍ ଉଲେମା-ଏ-ହିନ୍ଦ ତଥା ଟିଏମସି ନେତା ସିଦ୍ଦିକୁଲାହ ଚୌଧୁରୀ ଜ୍ଞାନବାପୀ ମାମଲାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହ ମସଜିଦକୁ ନେଇ ଚାଲିଥିବା ବିବାଦ ଉପରେ ମଧ୍ୟ ସେ ଟିପ୍ପଣୀ ଦେଇଛନ୍ତି । ‘ଯଦି ଆପଣ ପଶ୍ଚିମବଙ୍ଗ ଆସନ୍ତି ତେବେ ଆମେ ଆପଣଙ୍କୁ ଘେରାଉ କରିବୁ’ ବୋଲି ସିଦ୍ଦିକୁଲାହ ଚୌଧୁରୀ ଯୋଗୀ ଆଦିତ୍ୟନାଥଙ୍କୁ ଚେତାବନୀ ଦେଇଛନ୍ତି । ଏହା ସହ ସେ ହିନ୍ଦୁମାନଙ୍କୁ ଜ୍ଞାନବାପୀ ମସଜିଦ୍ ଶୀଘ୍ର ଖାଲି କରିବା ପାଇଁ ନିବେଦନ କରିଛନ୍ତି ।

ଦିନକୁ ଦିନ ଜ୍ଞାନବାପୀ ମସଜିଦ୍ ମାମଲାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଥିମଧ୍ୟରେ ମସଜିଦରେ ପୂଜାର୍ଚ୍ଚନା ଉପରେ ରୋକ୍ ଲଗାଇବା ପାଇଁ ଜାମିଆତ୍ ଉଲେମା-ଏ-ହିନ୍ଦ ପକ୍ଷରୁ କୋଲକାତାରେ ରାଲି ପ୍ରଦର୍ଶନ କରାଯାଇଥିଲା । ଏହି ରାଲିରେ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ଚୌଧୁରୀ । ଯୋଗୀ ଆଦିତ୍ୟନାଥ ଯଦି ପଶ୍ଚିମବଙ୍ଗ ଆସନ୍ତି ତେବେ ତାଙ୍କୁ ଯିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ସେ କହିଥିଲେ, ‘ମସଜିଦରେ ହିନ୍ଦୁମାନେ ଜବରଦସ୍ତି ପୂଜା ଆରମ୍ଭ କରିଛନ୍ତି । ସେମାନେ ତୁରନ୍ତ ମସଜିଦ୍ ଖାଲି କରନ୍ତୁ । ଆମେ ମନ୍ଦିରରେ ନମାଜ୍ ପଢ଼ିବା ପାଇଁ ଯାଉନୁ ତେବେ ହିନ୍ଦୁମାନେ ଆମ ମସଜିଦରେ କ’ଣ ପାଇଁ ଆସୁଛନ୍ତି ? ଯଦି କେହି ଆମ ମସଜିଦକୁ ମନ୍ଦିରରେ ପରିଣତ କରିବାକୁ ଚାହାଁନ୍ତି ତେବେ ଆମେ ଚୁପ୍ ବସିବୁ ନାହିଁ । ଏମିତି ହୋଇପାରିବ ନାହିଁ ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୀର୍ଘ ୮୦୦ ବର୍ଷ ହେବ ଏହି ମସଜିଦ୍ (ଜ୍ଞାନବାପୀ ) ସେଠାରେ ରହିଛି । ସେମାନେ ଏହାକୁ କିପରି ଭାଙ୍ଗିବେ ?

Get real time updates directly on you device, subscribe now.