fbpx

ISRO-URSC ପକ୍ଷରୁ ବିଜ୍ଞପ୍ତି: ୨୦୦ରୁ ଅଧିକ ପଦରେ ଦିଆଯିବ ନିଯୁକ୍ତି, ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭାରତୀୟ ମହାକଶ ଗବେଷଣା ସଂସ୍ଥା (ଇସ୍ରୋ) – ୟୁଆର ରାଓ ସାଟେଲାଇଟ୍ ସେଣ୍ଟର (ୟୁଆରଏସସି) ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ଖବର । ପ୍ରାର୍ଥୀଙ୍କୁ ୨୨୪ଟି ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଇଲେକ୍ଟ୍ରୋନିକ୍ସ ମେକାନିକ, ଇଲେକ୍ଟ୍ରିକାଲ / ଇଲେକ୍ଟ୍ରିସିଆନ, ଫଟୋଗ୍ରାଫି / ଡିଜିଟାଲ ଫଟୋଗ୍ରାଫି, ଫିଟ୍ଟ, ପ୍ଲମ୍ବର, ଏଆର କଣ୍ଡିସନିଂ, ଟର୍ଣ୍ଣର, କାର୍ପେଣ୍ଟର, ମୋଟର ଭେହିକିଲ ମେକାନିକ, ମେସିନିଷ୍ଟ, ୱେଲଡର, ଡ୍ରଟସମ୍ୟାନ (ମେକାନିକାଲ), ଡ୍ରଟସମ୍ୟାନ (ସିଭିଲ) ବିଭାଗରେ ନିଯୁକ୍ତି ଦିଆଯିବ । ଯୋଗ୍ୟ ପ୍ରାର୍ଥୀଙ୍କୁ ସାଇଣ୍ଟିଷ୍ଟ- ଇଞ୍ଜିନିୟର, ଟେକ୍ନିସିଆନ, ଡ୍ରଟସମ୍ୟାନ, ଟେକ୍ନିକାଲ ଆସିଷ୍ଟାଣ୍ଟ, ସାଇଣ୍ଟିଫିକ ଆସିଷ୍ଟାଣ୍ଟ, ଲାଇବ୍ରେରୀ ଆସିଷ୍ଟାଣ୍ଟ, କୁକ, ଫାୟାରମ୍ୟାନ, ଲାଇଟ୍ ଭେହିକିଲ ଡ୍ରାଇଭର ଓ ହେଭି ଭେହିକିଲ ଡ୍ରାଇଭର ପଦରେ ନିଯୁକ୍ତି ଦିଆଯିବ ।

ଲିଖିତ ପରୀକ୍ଷା / କମ୍ପ୍ୟୁଟର ଆଧାରିତ ଟେଷ୍ଟ ଓ ଦକ୍ଷତା ଟେଷ୍ଟ ଜରିଆରେ ଯୋଗ୍ରୀ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଚଳିତ ବର୍ଷ ମାର୍ଚ୍ଚ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ନିର୍ଦ୍ଧାରଣ କରାଯିବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ଯୋଗ୍ୟତା ସମସ୍ତ ପଦ ପାଇଁ ଅଲଗା ଅଲଗା ରହିଛି । ଫେବୃଆରୀ ମାସ ୧୦ ତାରିଖରୁ ମାର୍ଚ୍ଚ ମାସ ୧ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ କରାଯିବ ।

ନୋଟିଫିକେସନ ଲିଙ୍କ: https://www.isro.gov.in/media_isro/pdf/recruitmentNotice/2024_February/URSCISTRACADVT2024ENGLISH.pdf

Get real time updates directly on you device, subscribe now.