fbpx
BSKY
BJD SHG SKY
BJD MC SKY

AI ର ପୁଣି ବଡ ଚମତ୍କାର, ପଇସା ଦେଇ ମୃତ ପରିଜନଙ୍କ ସହ କଥା ହୋଇପାରିବେ

ନୂଆଦିଲ୍ଲୀ: ମୃତ ବ୍ୟକ୍ତି କ’ଣ ପୁଣି ଜୀବିତ ହୋଇପାରିବ? ଯଦି ଏହା ସମ୍ଭବ ହୋଇପାରନ୍ତା ତେବେ କାହାର ମୃତ୍ୟୁର ଦୁଃଖ ଆଉ ପରିବାରକୁ ଭୋଗିବାକୁ ପଡନ୍ତାନି । କିନ୍ତୁ ଚୀନ୍‌ରେ ଏବେ ଲୋକମାନେ ପଇସା ଦେଇ ସେମାନଙ୍କ ମୃତ ପରିଜନଙ୍କୁ ପୁନର୍ଜୀବିତ କରିପାରୁଛନ୍ତି । ଏବେ ଆପଣ ଭାବିବେ କି ଏହା କିପରି ସମ୍ଭବ? ଏହାର ଉତ୍ତର – ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।
ଏହା କିପରି ସମ୍ଭବ?
ଚୀନ୍‌ରେ ଏବେ ଲୋକମାନେ ପଇସା ଦେଇ ନିଜର ମୃତ ପରିଜନଙ୍କ ଏଆଇ ଅବତାର ନିର୍ମାଣ କରୁଛନ୍ତି । ଏଠିକାର ଏକ ସମ୍ମାଦପତ୍ର ହାଙ୍ଗଜୋ ଡେଲି ଅନୁଯାୟୀ ମୃତକଙ୍କୁ ପୁନର୍ଜୀବିତ କରିବା ପାଇଁ ଏଆଇ ସେବା ସଫଳ ହୋଇଛି ।

ଏହି ଅବତାର ସେଠାରେ ଘୋଷ୍ଟ ବାଟ୍ ନାମରେ ପରିଚିତ । ଏଆଇ ଫାର୍ମ ସୁପରବ୍ରେନର ସଂସ୍ଥାପକ କହିଛନ୍ତି ଏଆଇ ଏପରି ଅବତାର ତିଆରି କରିବାରେ ସକ୍ଷମ ଯାହା କି ପୁରା ମୃତକଙ୍କ ଚିନ୍ତା ଓ କହିବାର ଶୈଳୀକୁ ନକଲ କରିପାରିବ ।

ମେ’ ୨୦୨୩ରେ ପୂର୍ବ ଚୀନ୍‌ର ଜିୟାଙ୍ଗସୁ ପ୍ରାନ୍ତରେ ଏହି କମ୍ପାନୀ ପ୍ରତିଷ୍ଠା ହେବା ପରେ ଏହାର ଟିମ୍ ୩୦ ସେକେଣ୍ଡର ଅଡିଓ ଭିଜୁଆଲ କଣ୍ଟେଣ୍ଟରେ ହଜାର ପରିବାର ଲାଗି ସେମାନଙ୍କ ମୃତ ପରିଜନଙ୍କୁ ଡିଜିଟାଲ ରୂପରେ ପୁନର୍ଜୀବିତ କରିପାରିଛନ୍ତି । ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ରହିଛନ୍ତି ବୟସ୍କ ମା ବାପା ଯେଉଁମାନେ ସେମାନଙ୍କ ସନ୍ତାନଙ୍କୁ ହରାଇ ଦେଇଛନ୍ତି ।
ଏହି ପ୍ରକ୍ରିୟାରେ ଏକ ଚାଟ୍‌ବକ୍ସ ନିର୍ମାଣ ପାଇଁ ସ୍ୱରକୁ କ୍ଲୋନ୍ କରାଯାଇଥାଏ ଓ ଏକ ଥ୍ରୀଡି ଡିଜିଟାଲ ମାନବ ମଡେଲକୁ ସପୋର୍ଟ କରିବା ପାଇଁ ପ୍ରୋଫାଇଲ ଇମେଜ୍ ଦିଆଯାଇଥାଏ । ଏହି ଟିମ୍ ଏ ପର୍ଯ୍ୟନ୍ତ ୬୦୦ରୁ ଅଧିକ ପରିବାରକୁ ଏଆଇ ହିଲିଂ ସେବା ପ୍ରଦାନ କରିପାରିଛି । ତେବେ ଏଥିପାଇଁ ଫି’୫,୦୦୦ରୁ ୧୦,୦୦୦ ୟୁଆନ (୬୦ହଜାରରୁ ୧.୧୬ ଲକ୍ଷ ଟଙ୍କା) ରହିଛି ।

Get real time updates directly on you device, subscribe now.