fbpx
BJD SKY
BJD SKY

ପରୀ ହତ୍ୟାକାଣ୍ଡ: ନୟାଗଡ଼ ଏସପିଙ୍କୁ ଏନସିପିସିଆରଙ୍କ ସମନ

BJD

ନୟାଗଡ଼, ୪ା୧୨ (ଓଡିଶା ଭାସ୍କର): ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେ ରେ ଆଜି ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର) ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ ଉପରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ଏନେଇ ନୟାଗଡ଼ ଏସପି ଆସନ୍ତା ୯ ତାରିଖରେ ଏନସିପିସିଆରଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି । ତେବେ ଏହି ସମ୍ବେଦନଶୀଳ ମାମଲାରେ ଏସପି କଣ ପଦକ୍ଷେପ ନେଇଛନ୍ତି ତାହା ସେ ହାଜର ହୋଇ ଜଣାଇବାକୁ ଦର୍ଶାଯାଇଛି । ଏନସିପିସିଆରଙ୍କ ଏହି ସମନ ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିପାତ୍ର ଏନସିପିସିଆରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ସମ୍ବିତ କିଛିଦିନ ପୂର୍ବରୁ ଏନସିପିସିଆରଙ୍କୁ ଭେଟି ପରୀ ଘଟଣାରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Get real time updates directly on you device, subscribe now.