fbpx

ପାନ ଖାଇବା ଦ୍ୱାରା ଭଲ ହୋଇଥାଏ ୧୦ ଟି ଗମ୍ଭୀର ରୋଗ

ପାନ ପତ୍ର ସ୍ୱାସ୍ଥ୍ୟ ପାଇଁ ଅନ୍ୟନ୍ତ ଲାଭଦାୟକ ବୋଲି ସାବ୍ୟସ୍ତ ହୋଇଛି । ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ରୋଗର ବିପଦରୁ ରକ୍ଷା କରାଯାଇପାରିବ । କିନ୍ତୁ ଆପଣ ଯଦି ଏଥିରେ ଚୂନ କିମ୍ବା ତମ୍ବାଖୁ ମିଶାଇ ଖାଇବେ, ତେବେ ଏହା ଲାଭ ବଦଳରେ କ୍ଷତି ଘଟାଇବ । ପାନର ପତ୍ରରେ କିଛି ନମିଶାଇ ସିଧାସଳଖ ଖାଇଲେ ଶରୀରକୁ ଲାଭ ମିଳିଥାଏ । ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ଗମ୍ଭୀର ରୋଗରୁ ବର୍ତ୍ତିପାରନ୍ତି । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ କିଛି ..

୧. ପାନ ପତ୍ର ଖାଇବା ଦ୍ୱାରା ଥଣ୍ଡା, ଥକାପଣ ଏବଂ ଦୁର୍ବଳତା ଆଦି ସମସ୍ୟା ଦୂରେଇ ଯାଇଥାଏ । ଏଥିରେ ବହୁ ଆୟୁର୍ବେଦିକ ଗୁଣ ମଧ୍ୟ ରହିଥାଏ ।

୨. ପ୍ରାଚୀନ କାଳରୁ ବିଶ୍ୱାସ କରାଯାଏ କି, ପାନ ପତ୍ରର ଔଷଧୀୟ ଗୁଣ ରହିଛି, ଯାହାକି ଅନେକ ଗମ୍ଭୀର ରୋଗରୁ ବି ଆପଣଙ୍କୁ ବଞ୍ଚାଇପାରିବ ।

୩. ଦାନ୍ତ ଓ ଦାନ୍ତର ଯନ୍ତ୍ରଣା ଭୋଗୁଥିବା ଲୋକମାନେ ପାନ ପତ୍ରକୁ ଚୋବାଇ ଖାଇବା ଦ୍ୱାରା ଖୁବଶୀଘ୍ର ସମସ୍ୟାରୁ ମୁକ୍ତି ପାଆନ୍ତି ।

୪. ପାନ ପତ୍ରକୁ ଚୋବାଇ ଚୋବାଇ ଖାଇବା ଦ୍ୱାରା ପାଇରିଆ ଭଳି ସମସ୍ୟାରୁ ମୁକ୍ତି ମିଳିବା ସହ ଦାନ୍ତର ସମସ୍ତ ସମସ୍ୟା ଭଲ ହୋଇଥାଏ ।

୫. ପାନ ପତ୍ର ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରେ ଶୀଘ୍ର ଆରାମ ମିଳିଥାଏ ଓ ଏହା ହାଡକୁ ଅଧିକ ଶକ୍ତିଶାଳୀ କରିଥାଏ ।

୬. ପାନ ପତ୍ରରେ ଘି ଲଗାଇ ଏକ ପ୍ୟାନରେ ଗରମ କରନ୍ତୁ । ଏବେ ଏହାକୁ ଖଣ୍ଡିଆ ହୋଇଥିବା ଜାଗାରେ ଲଗାଇବା ଦ୍ୱାରା ଆରାମ ମିଳିଥାଏ ।

୭. ପାଟି ଘା’ ହୋଇଥିଲେ ପାନ ପତ୍ର ଚୋବାଇବା ଦ୍ୱାରା ଆରାମ ମିଳିଥାଏ । ପାନ ପତ୍ରକୁ ଘିଅ ସହିତ ଚୋବାଇ ଖାଇବା ଦ୍ୱାରା ଶୀଘ୍ର ଆରାମ ମିଳିଥାଏ ।

୮. ଯଦି ଥଣ୍ଡା ଥାଏ, ତେବେ ପାନ ପତ୍ରରେ ଲବଙ୍ଗ ଓ ଚିନି ମିଶାଇ ଖାଇବା ଉଚିତ୍ । ଏପରି କରିବା ଦ୍ୱାରା ଥଣ୍ଡା ଭଲ ହୋଇଥାଏ ।

୯. ଯଦି ଆପଣ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରନ୍ତି କିମ୍ବା ଛାତିରେ କଷ୍ଟ ଅନୁଭବ କରନ୍ତି, ତେବେ ଏକ ପାନ ପତ୍ରକୁ ପ୍ୟାନରେ ରଖି ହଲକା ଗରମ କରି ଖାଇବା ଦ୍ୱାରା ଏହି ସମସ୍ୟା ନୂରେଇ ଯାଏ ।

୧୦.ଯଦି ଆପଣଙ୍କୁ ସବୁବେଳେ ଥକ୍କା ବା କ୍ଳାନ୍ତ ଅନୁଭବ ହେଉଛିି, ତେବେ ପାନ ପତ୍ରରେ ଇଲାଇଚି ମିଶାଇ ଖାଇବା ଦ୍ୱାରା ଏହି ସମସ୍ୟା ଭଲ ହୋଇଯିବ ।

Get real time updates directly on you device, subscribe now.