fbpx
BJD SKY
BJD SKY

୨୦୨୧ରେ ଦୁର୍ଘଟଣା ଯାଇଛି ୧.୭୩ ଲକ୍ଷ ଜୀବନ, ତାମିଲନାଡୁରେ ସର୍ବାଧିକ ଟ୍ରାଫିକ ଦୁର୍ଘଟଣା: ଏନ୍‌ସିଆର୍‌ବି ରିପୋର୍ଟ

BJD

ନୂଆଦିଲ୍ଲୀ : ୨୦୨୦ ତୁଳନାରେ ୨୦୨୧ରେ ସାରା ଦେଶରେ ଅଧିକ ଦୁର୍ଘଟଣା ଘଟିଛି । ୨୦୨୧ରେ ମୋଟ୍‌ ୪.୨୨ ଲକ୍ଷ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୧.୭୩ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ମହାମାରୀ କରୋନା ପାଇଁ ୨୦୨୦ ଭଳି ୨୦୨୧ରେ ଲକ୍‌ଡାଉନ୍‌ କଟକଣା ଜାରି ରହିଥିଲେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ସମୟରେ ଗାଡ଼ିମଟର ଓ ଟ୍ରେନ୍‌ ଯାତାୟାତ କରୁଥିଲା । ତେବେ ଟ୍ରାଫିକ୍‌ ଜନିତ ଦୁର୍ଘଟଣାରେ ଏହି ସମୟରେ ଦେଢ଼ ଲକ୍ଷରୁ ଅଧିକ ଜୀବନହାନୀ ଘଟିଥିବା ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ତେବେ ତାଲିକାର ୧ ନଂରେ ଉତ୍ତର ପ୍ରଦେଶ ରହିଛି । ଏଠାରେ ୨୦୨୧ରେ ଟ୍ରାଫିକ୍‌ ଦୁର୍ଘଟଣା ଯୋଗୁଁ ୨୬,୭୧୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ତାମିଲନାଡୁ ୨ୟ ସ୍ଥାନରେ ରହିଥିବାବେଳେ ଏହି ରାଜ୍ୟରେ ଦୁର୍ଘଟଣାରେ ୧୬,୬୮୫ ଜଣଙ୍କ ଜୀବନ ଯାଇଛି । ୨୦୨୦ରେ ସମଗ୍ର ଦେଶରେ ୩,୬୮,୮୨୮ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୪,୨୨,୬୯୫ ରହିଛି । ଏଥିମଧ୍ୟରୁ ୪,୦୩,୧୧୬ଟି ସଡ଼କ ଦୁର୍ଘଟଣା ରହିଥିବାବେଳେ ୧୭,୯୯୩ଟି ରେଳ ଦୁର୍ଘଟଣା ରହିଛି ।

ସେହିପରି ରେଳବାଇ କ୍ରସିଂରେ ଘଟିଥିବା ଦୁର୍ଘଟଣାର ସଂଖ୍ୟା ୧୫୫୦ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସଡ଼କ ଦୁର୍ଘଟଣାରେ ସର୍ବାଧିକ ୧,୫୫,୬୨୨ ଜଣ ପ୍ରାଣ ହରାଇଥିବାବେଳେ ରେଳ ଦୁର୍ଘଟଣାରେ ୧୬,୪୩୧ ଓ ରେଳବାଇ କ୍ରସିଂରେ ଘଟିଥିବା ଦୁର୍ଘଟଣାରେ ୧,୮୦୭ ଜଣ ପ୍ରାଣ ହରାଇଛନ୍ତି । ୨୦୨୦ ତୁଳନାରେ ୨୦୨୧ରେ ତାମିଲନାଡୁରେ ସର୍ବାଧିକ ଟ୍ରାଫିକ୍‌ଜନିତ ଦୁର୍ଘଟଣା ଘଟିଛି । ୨୦୨୦ରେ ତାମିଲନାଡୁରେ ୪୬,୪୪୩ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ପହଞ୍ଚିଥିଲା ୫୭,୦୯୦ରେ । ଏହା ପଛକୁ ମଧ୍ୟପ୍ରଦେଶରେ ୨୦୨୦ରେ ୪୩,୩୬୦ ଦୁର୍ଘଟଣା ଘଟିଥିବା ବେଳେ ୨୦୨୧ରେ ୪୯,୪୯୩ଟି ଘଟିଛି ।

ସେହିପରି ୨୦୨୦ରେ ଉତ୍ତର ପ୍ରଦେଶରେ ୩୦,୫୯୩ଟି ଦୁର୍ଘଟଣା ଘଟିଥିବାବେଳେ ୨୦୨୧ରେ ଏହି ସଂଖ୍ୟା ୩୬,୫୦୯ରେ ପହଞ୍ଚିଥିଲା । ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଏହିସବୁ ଦୁର୍ଘଟଣା ଯୋଗୁଁ ୩,୭୮,୮୮୪ ଜଣ ଆହତ ହୋଇଥିଲେ। ଉତ୍ତର ପ୍ରଦେଶରେ ସର୍ବାଧିକ ୨୪,୭୭୧ଟ୍ଟ ତାମିଲନାଡୁରେ୧୬,୬୮୫ ଓ ମହାରାଷ୍ଟ୍ରରେ ୧୬,୪୪୬ ଜଣ ଟ୍ରାଫିକ୍‌ ଜନିତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୋଟ୍‌ ମୃତ୍ୟୁର ୩୩.୩ଧ ଏହି ୩ଟି ରାଜ୍ୟରେ ଘଟିଛି । ୨୦୧୭ରୁ ୨୦୧୯ ମଧ୍ୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସଂଖ୍ୟା ବୃଦ୍ଧି ପାଇଥିବାବେଳେ ୨୦୨୦ରେ ଏହା ହ୍ରାସ ପାଇଥିଲା । ତେବେ ପୁଣି ୨୦୨୧ରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିଲା । ମିଜୋରାମ୍‌ରେ ୬୪ଟି ସଡ଼କ ଦୁର୍ଘଟଣାରେ ୬୪ ଜଣ ପ୍ରାଣ ହରାଇଥିବାବେଳେ ୨୮ ଜଣ ଆହତ ହୋଇଥିଲେ । ସେହିରି ପଞ୍ଜାବରେ ୪,୫୧୬ ଦୁର୍ଘଟଣା ଘଟିଥିବାବେଳେ ମୃତ୍ୟୁସଂଖ୍ୟା ଥିଲା ୩,୦୩୪ । ଅନୁରୂ ଭାବେ ଝଡ଼ାଖଣ୍ଡରେ ୩,୫୧୩ ଦୁର୍ଘଟଣା ଘଟିଥିଲାବେଳେ ମୃତ୍ୟୁସଂଖ୍ୟା ରହିଥିଲା ୩,୨୨୭ ।

Get real time updates directly on you device, subscribe now.