fbpx

ଛେପ ଲଗାଇ ହେୟାର୍ ଷ୍ଟାଇଲ୍ କରିବା ଜାଭେଦଙ୍କୁ ପଡ଼ିଲା ଭାରି, ଭିଡିଓ ଭାଇରାଲ୍ ପରେ ଅଭିଯୋଗ କଲେ ମହିଳା ଆୟୋଗ; ପହଞ୍ଚିବ ନୋଟିସ୍

ନୂଆଦିଲ୍ଲୀ: ଜଣାଶୁଣା ହେୟାର୍ ଷ୍ଟାଇଲିସ୍ ଜାଭେଦ୍ ହବୀବଙ୍କ ଅଡ଼ୁଆ ବଢ଼ିୁଯାଇଛି । ଛେପ ଲଗାଇ ମହିଳାଙ୍କ ହେୟାର୍ ଷ୍ଟାଇଲ୍ କରିବାର ଭିଡିଓ ସୋସିଆଲ୍ ମିଡିଆରେ ନିଆଁ ଭଳି ଭାଇରାଲ୍ ହେବା ପରେ ଜାତୀୟ ୍ରମହିଳା ଆୟୋଗ ସ୍ୱର ଉତ୍ତୋଳନ କରିଛନ୍ତି । ଆୟୋଗ ପକ୍ଷରୁ ଦିଲ୍ଲୀ ପୋଲିସ୍ ପାଖରେ ଜାଭେଦ୍ ଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ଦିଲ୍ଲୀ ପୋଲିସ୍ ର କମିଶନର୍ ଙ୍କୁ ଏ ବାବଦରେ ମହିଳା ଆୟୋଗ ପକ୍ଷରୁ ଜଣାଯାଇଛି । ଯାହାପରେ ଦିଲ୍ଲୀ ପୋଲିସ୍ ଆକ୍ସନ୍ ମୋଡକୁ ଆସିଛି ଓ ଆୟୋଗ ଜାଭେଦଙ୍କ ପାଖକୁ ନୋଟିସ୍ ପଠାଇବ ।

ଭିଡିଓଟି ଭାଇରାଲ୍ ପରେ ୟୁଜର୍ ମାନେ ନାନା ପ୍ରକାର କମେଣ୍ଟ୍ କରି ଟ୍ରୋଲ୍ କରି ଜାଭେଦଙ୍କୁ ଟାର୍ଗେଟ୍ କରିଛନ୍ତି । ତେବେ ଏହି ମାମଲାରେ ଜାତୀୟ ମହିଳା ଆୟୋଗ ପକ୍ଷରୁ ଏକ ଲିଖିତ ରୂପରେ ଦିଲ୍ଲୀ ପୋଲିସ୍ କମିଶନର୍ ରାକେଶ ଅସ୍ଥାନାଙ୍କ ପାଖରେ ଅଭିଯୋଗ କରାଯାଇଛି ଓ ଏହାର ତଦନ୍ତ ପାଇଁ ଅନୁରୋଧ କରାଯାଇଛି । ମହିଳା ଆୟୋଗ ଜାଭେଦଙ୍କ ପାଖକୁ ନୋଟିସ୍ ପଠାଇବ ।

ସୂଚନାଯୋଗ୍ୟ, ଭାଇରାଲ୍ ଭିଡିଓରେ ଜାଭେଦ୍ ଏକ କାର୍ଯ୍ୟକ୍ରମ ଜଣେ ମହିଳା ହେୟାର୍ କଟ୍ କରୁଥିବା ନଜର ଆସିଛନ୍ତି । ସେଥିରେ ସେ ମହିଳାଙ୍କ ଚୁଟିରେ ଛେପ ପକାଇ କାଟୁଥିବା ଦେଖିବାକୁ ମିଳିଛି । ତେବେ ପୀଡ଼ିତା ମହିଳା ଜଣକ ସିଏମ୍ ପୋର୍ଟାଲରେ ଏନେଇ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.