fbpx
BJD SKY
BJD SKY

(See Video) ତପସ୍ୱିନୀ-ସୁମିତ ବିବାଦରେ ନୂଆ ଟ୍ୱିଷ୍ଟ: ବୋହୂ ଘରେ ପାଦ ଦେଉ ଦେଉ ଶ୍ୱଶୁର ଘର ଛାଡ଼ିଲେ, ଏବେ କ’ଣ ହେବ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ ବିବାଦ ଭିନ୍ନ ମୋଡ଼ ନେଇଛି । ଦୁଇ ପକ୍ଷ ନିଜ ନିଜ ନିଷ୍ପତ୍ତିକୁ ନେଇ ଅଟଳ ରହିଥିବା ହେତୁ ଏହାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରୁ ନାହିଁ । ତେବେ ଗତକାଲି ତପସ୍ୱିନୀ ନିଜ ଓକିଲ, ପୋଲିସ, ପ୍ରୋଟେକ୍ସନ ଅଧିକାରୀ, ତହସିଲଦାରଙ୍କ ସହାୟତାରେ ଶ୍ୱଶୁର ଘର ଭିତରକୁ ପ୍ରବେଶ କରିଥିଲେ । ନିଜେ ଶ୍ୱଶୁର ପ୍ରମୋଦ ଘରର ତାଲା ଖୋଲିଥିଲେ । ମାତ୍ର ଆଜି ଏହି କାହାଣୀରେ ଭିନ୍ନ ମୋଡ଼ ନେଇଛି । ବୋହୂ ଘରେ ପଶୁ ପଶୁ ଶ୍ୱଶୁର ପ୍ରମୋଦ ସାହୁ ଘର ଛାଡ଼ି ଚାଲିଯାଇଛନ୍ତି । ଏହାକୁ ନେଇ ପୁଣି ଏହି ନାଟକରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ ।

ଆଜି ତପସ୍ୱିନୀଙ୍କ ଶ୍ୱଶୁର ବ୍ରହ୍ମାନଗର ସ୍ଥିତ ନିଜ ଘର ଛାଡ଼ିଥିବା ଏକ ଭିଡିଓରୁ ଜଣାପଡ଼ିଛି । ପ୍ରମୋଦ ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ମୁଁ ଅସୁରକ୍ଷିତ ଥିବା କାରଣରୁ ଘର ଛାଡ଼ୁଛି ଓ ପରେ ଘରକୁ ଫେରିବି । ମୋର ଅନିଚ୍ଛା ସତ୍ତେ୍ୱ ପ୍ରଶାସନିକ ଅଧିକାରୀମାନେ ବୋହୂ ତପସ୍ୱିନୀଙ୍କୁ ମୋ ଘରେ ପୂରାଇଥିଲେ । ଅତୀତରେ ତପସ୍ୱିନୀ ମିଥ୍ୟା ମାମଲା ଦାୟର କରିବା ସହ ୪୯୮ରେ କେସ୍ ଦେଇ ଆମ ପରିବାରକୁ ବହୁତ ହଇରାଣ ହରକତ କରିଥିଲେ । ତେଣୁ ତାଙ୍କର କାରନାମାରେ ଆମେ ଭୟଭୀତ । ତେଣୁ ଘର ତଦାରଖ କରିବା ସହ ମୋତେ ସୁରକ୍ଷିତ ସ୍ଥାନ ଦେବାକୁ ମୁଁ ଆଇଆଇସିଙ୍କୁ ଅନୁରୋଧ କରୁଛି ବୋଲି କହିଥିଲେ । ତେବେ ପ୍ରମୋଦ ଘର ଛାଡ଼ିବା ପରେ ବର୍ତ୍ତମାନ ସୁମିତ-ତପସ୍ୱିନୀ ବିବାଦରେ ନୂଆ ଟ୍ୱିଷ୍ଟ ଆସିଛି । ତପସ୍ୱିନୀଙ୍କ ଗୃହ ପ୍ରବେଶ ପରେ ମାମଲା ସମାଧାନ ହୋଇଯିବ ବୋଲି ଯାହା ଆଶା କରାଯାଉଥିଲା, ସେଥିରେ ବର୍ତ୍ତମାନ ପୁଣି ଥରେ ନିଆଁ ଜଳିବାରେ ଲାଗିଛି ।

Get real time updates directly on you device, subscribe now.