fbpx

ଟି-୨୦ ବିଶ୍ୱ କପ୍ ପୂର୍ବରୁ ଫେରିଲେ ‘ମାରୋ ମୁଝେ ମାରୋ’ ଫ୍ୟାନ, ଶେୟାର କଲେ ମଜାଦାର ଭିଡିଓ

ନୂଆଦିଲ୍ଲୀ : ପାକିସ୍ତାନ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଆଇସିସି ଦିନିକିଆ ବିଶ୍ୱ କପ୍ ୨୦୧୯ରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା । ସରଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ଦଳ ନିରାଶଜନକ ପ୍ରଦର୍ଶନ କରି ନିଜ ପ୍ରଶଂସକଙ୍କୁ ଖୁବ୍ ନିରାଶ କରିଥିଲା । ୨୦୧୯ ବିଶ୍ୱ କପରେ ପାକିସ୍ତାନ ଭାରତ ହାତରୁ ପରାଜୟବରଣ କରିଥିଲା । ଏହା ପରେ ସାମାଜିକ ଗଣମାଧ୍ୟମରେ ପାକିସ୍ତାନୀ ପ୍ରଶଂସକଙ୍କ କିଛି ଭିଡିଓ ଭାଇରାଲ୍ ହୋଇଥିଲା, ଯାହା ବେଶ ଲୋକପ୍ରିୟ ଅର୍ଜନ କରିଥିଲା । ଏହା ଉପରେ ଖୁବ୍ ମିମ୍ସ ମଧ୍ୟ ହୋଇଥିଲା । ଏହି ସମୟରେ ସାମାଜିକ ଗଣମାଧ୍ୟମରେ ଜଣେ ବ୍ରିଟିଶ-ପାକିସ୍ତାନୀ ଫେମ ମୋମିନ ସାକିବଙ୍କ ୨୦୧୯ ବିଶ୍ୱ କପ ସମୟର ଭିଡିଓ ଇଣ୍ଟରନେଟରେ ଚହଳ ପକାଇଥିଲା ।

 

 

View this post on Instagram

 

A post shared by Momin Saqib (@mominsaqib)

ମାଞ୍ଚେଷ୍ଟରରେ ୨୦୧୯ ବିଶ୍ୱ କପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାକିସ୍ତାନକୁ ୮୯ ରନରେ ପରାସ୍ତ କରିଥିଲେ । ଏହା ପରେ ସାକିବ ସରଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ଉପରେ ଖୁବ୍ ବର୍ଷିଥିଲେ । ସେ ସରଫରାଜଙ୍କ ଫିଟନେସ ଉପରେ ସେ ପରିହାସ କରିଥିଲେ । ସାକିବଙ୍କ ପ୍ରସିଦ୍ଧ ଡାଇଲଗ୍ ‘ମାରୋ ମୁଝେ ମାରୋ’ ସେହି ସମୟରେ ଇଣ୍ଟରନେଟରେ ଧମାଲ ମଚାଇଥିଲା । ଏବେ ପୁଣି ଥରେ ‘ମାରୋ ମୁଝେ ମାରୋ’ ର ଫେମ୍ ସାକିବ ଟି-୨୦ ବିଶ୍ୱ କପରେ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

 

ପାକିସ୍ତାନର ବିଶ୍ୱ କପ୍ ଅଭିଯାନ ପୂର୍ବରୁ ମୋମିନ ସାକିବ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ବିଷୟରେ କଥା ହୋଇଛନ୍ତି ଏବଂ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ହାତରୁ ୨୦୧୯ ବିଶ୍ୱ କପରେ ମିଳିଥିବା ପରାଜୟକୁ ମନେ ପକାଇଛନ୍ତି । ତାଙ୍କ ଦ୍ୱାରା ପୋଷ୍ଟ ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ସାକିବଙ୍କ ଏହି ଭିଡିଓକୁ ଲୋକେ ପସନ୍ଦ କରିବା ସହିତ ଖୁବ୍ ଲାଇକ୍ କରିବା ସହ କମେଣ୍ଟ ମଧ୍ୟ ଦେଉଛନ୍ତି ।

Get real time updates directly on you device, subscribe now.