fbpx

ଜୀବନ ଦରକାର ନାଁ ଟଙ୍କା ଦରକାର! ୧୩ଲକ୍ଷ ଲୁଟିବା ପରେ ବେପାରୀଙ୍କୁ ପଚାରିଲେ ଦୁର୍ବୃତ୍ତ

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ଜଣେ ସୁନା ବେପାରୀଙ୍କ ଠାରୁ ଦୁବୃତ୍ତ ଲୁଟି ନେଇଛନ୍ତି ୧୩ଲକ୍ଷ ଟଙ୍କା । ପିଡିତଙ୍କ ଅଭିଯୋଗ ପରେ ପୋଲିସ ଏହାକୁ ନେଇ କେସ ଫାଇଲ କରିଛି । ଏହି ଦୁବୃତ୍ତ ମାନଙ୍କୁ ଧରିବା ପାଇଁ ପୋଲିସ କିଛି ଟିମର ଗଠନ ମଧ୍ୟ କରିଛନ୍ତି । ଯାହାକି ଜିଲ୍ଲାର ଅଲଗା ଅଲଗା ସ୍ଥାନରେ ଚେକିଂ ପ୍ରକ୍ରିୟା ଚଳାଇଛଛି । ଏହା ମଧ୍ୟରେ ପୋଲିସ ହାତରେ ସିସିଟିଭି କ୍ୟାମେରାର ଭିଡିଓ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ୟୁପିର ର ସମ୍ଭଲ ଜିଲ୍ଲାରେ କିଛି ଦୁବୃତ୍ତ ସୁନା ବେପାରୀଙ୍କ ଠାରୁ ୧୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଗୌରତଲବର ଚନ୍ଦୋସୀ ଅଂଚଳରେ ରହୁଥିବା ସୁନା ବେପାରୀଙ୍କ ନାମ ହେଉଛି, ଦୀପକ ରସ୍ତୋଗୀ । ସେ ବୁଧବାର ରାତିରେ ଗୁମଥଲ ଗାଁରେ ନିଜ ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିଲେ । ଗାଁ ରୁ ବାହରିବା ପରେ ଏକ ବାଇକରେ ୩ଜଣ ଦୁବୃତ୍ତ ତାଙ୍କୁ ଅଟକାଇ ଥିଲେ । ଏବଂ ବେପାରୀଙ୍କ ପାଖେ ଥିବା ୧୨ଲକ୍ଷ ଟଙ୍କାର ସୁନା ଏବଂ ଚାନ୍ଦି, ୭୦ହଜାର ଟଙ୍କା ସହ ଫୋନ ଓ ପର୍ସ ଛଡାଇ ନେଇଥିଲେ । ଖାଲି ଏତିକି ନୁହେଁ ସେମାନେ ବେପାରୀ ଜଣକ ବାଇକ ଚାବି ମଧ୍ୟ ନେଇ ପଳାୟନ କରିଥିଲେ । ଏହାପରେ ବେପାରୀ ଜଣକ ଚାଲିଚାଲି ସେହି ଗାଁକୁ ଯାଇଥିଲେ ଏବଂ ସେଠାରେ ଥିବା ଥାନାରେ ଅଭିଯୋଗ କରିଥିଲେ ।

ସୁନା ବେପାରୀ ଦୀପକ କହିଛନ୍ତି ଯେ, ମୁଁ ସଂଧ୍ୟା ସମୟରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲି । ଠିକ ୧.୫ କିମି ଯିବା ପରେ ସେମାନେ ମୋତେ ଅଟକାଇ ଛୁରୀ ଦେଖାଇ ଯାହା ଅଛି ପାଖରେ ଅଛି ବାହାର କର ବୋଲି କହିଥିଲେ । ଏବଂ ସବୁ ଜିନିଷ ନେଇସାରିବା ପରେ ମୋତେ କହିଥିଲେ ଟଙ୍କା ଦରକାର ନା ଜୀବନ । ଏହି ଘଟଣାରେ ପୋଲିସ ଚୋରଙ୍କୁ ଧରିବା ପାଇଁ ଜିଲ୍ଲାର ସବୁ ଆଡେ ନିଜ ଟିମକୁ ଚେକିଂ କାର୍ଯ୍ୟରେ ଲଗାଇଛି । ଏହା ଛଡା ପୋଲିସ ହାତରେ ଏକ ସିସିଟିଭି ଫୋଟେଜ ଲାଗିଛି । ହେଲେ ସେଥିରେ ଚୋରମାନେ ଡକାୟତି କରିବା ପୂର୍ବରୁ ସିସିଟିଭି କ୍ୟାମେରାକୁ ଭାଙ୍ଗିଦେଇଛନ୍ତି ।

Get real time updates directly on you device, subscribe now.