fbpx

ଶଗଡକୁ ଚାପି ଦେଲା ଟ୍ରକ, ଚାଷୀ ଦମ୍ପତିଙ୍କ ମୃତ୍ୟୁ

ଦେବଗଡ: ତିଲେଇବଣି ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଶଗଡ଼କୁ ଟ୍ରକ ପିଟିଦେବା କଥା ସାମ୍ନାକୁ ଆସିଛି । ଫଳରେ ଦୁଇ ଦମ୍ପତିଙ୍କ ମୃତ୍ୟୁ ଘଟିବା ସହ ଦୁଇ ବଳଦ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଚାଷୀ ଦମ୍ପତି ନିଜର ଅମଳ ହୋଇଥିବା ଫସଲ ଆଣିବା ପାଇଁ କ୍ଷେତକୁ ଶଗଡ଼ରେ ଯାଉଥିଲେ । ତିଲେଇବଣି ଛକରେ ହଠାତ ଟ୍ରକଟି ପଛରୁ ଧକା ଦେଇଥିଲା । ଫଳରେ ଟ୍ରକ ତଳେ ଚାପି ହୋଇ ଦୁଇ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା । ଏହାସହ ଶଗଡ଼ ଚଳାଉଥିବା ଦୁଇ ବଳଦଙ୍କ ମଧ୍ୟ ପ୍ରାଣହାନୀ ଘଟିଛି । ତେବେ ସେ ଦେବଗଡ଼ ପଟୁ ସମ୍ବଲପୁର ଅଭିମୁଖେ ଯାଉଥିଲେ । ଟ୍ରକ ଧକ୍କାରେ ଶରତ ସାହୁଙ୍କ ସହ ସ୍ତ୍ରୀ ବିଶାଖାଙ୍କର ମୃତ୍ୟୁ ହୋଇଛି । ସେଠାରେ ଟ୍ରକର ଡ୍ରାଇଭର ଫେରାର ହୋଇଯାଇଛି ।

ଖବରପାଇ ତିଲେଇବଣି ପାଣ୍ଡି ପୁଲିସ ଘଟଣାସ୍ଥଳରେ ପହଁଚି ଶବ ଉଦ୍ଧାର କରିଥିଲେ । ଡ୍ରାଇଭର ପତା ସହ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ରାଜପଥରେ ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ପାଇଁ ୪୯ନଂ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Get real time updates directly on you device, subscribe now.