fbpx
BJD SKY
BJD SKY

ପ୍ରଥମ ଥ୍ରୋରେ ୱାର୍ଲ୍ଡ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା: ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ହାସଲ କଲେ ଯୋଗ୍ୟତା

BJD

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ନୀଜର ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଥ୍ରୋରେ ଫାଇନାଲରେ ଏଣ୍ଟ୍ରି କରିସାରିଛନ୍ତି । ଏହା ସହିତ ସେ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି । କ୍ୱାଲିଫିକେସନରେ ୮୮.୭୭ ମିଟର ଦୂରତା ମାପିଛନ୍ତି ନୀରଜ । ସେ ପ୍ରଥମ ଥ୍ରୋରେ ୮୮.୭୭ ମିଟର ଫିଙ୍ଗିଥିଲେ । ଟୋକିଓ ଅଲିମ୍ପିକ୍ ଚାମ୍ପିଅନ୍ ନୀରଜଙ୍କୁ ଗ୍ରୁପ୍ ଏରେ ରଖାଯାଇଛି । ଫାଇନାଲ ମ୍ୟାଚ୍ ୨୭ ଅଗଷ୍ଟରେ ଖେଳାଯିବ । ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ତାଙ୍କର ପ୍ରଥମ ବିଶ୍ୱ ଆଥଲେଟିକ୍ସ ପଦକଠାରୁ ମାତ୍ର ପୋଟିଏ ପାଦ ଦୂରରେ ଅଛନ୍ତି ।

ଟୋକିଓ ଅଲିମ୍ପିକ୍ ଚାମ୍ପିଅନ୍ ନୀରଜଙ୍କୁ ଗ୍ରୁପ୍ ଏରେ ଥିଲେ । ବାକି ଖେଳାଳିଙ୍କ ପାଇଁ ୮୦ ମିଟରରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଥିବାବେଳେ ନୀରଜ ଚୋପ୍ରା ପ୍ରଥମ ଥ୍ରୋରେ ନିଜ ସିଜନର ବେଷ୍ଟ ପ୍ରଦର୍ଶନ କରିଥିଲେ । ଫାଇନାଲ ମ୍ୟାଚ୍ ୨୭ ଅଗଷ୍ଟରେ ଖେଳାଯିବ ।

ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପ୍ରଥମ ସ୍ୱର୍ଣ୍ଣ ଜିତିବାକୁ ଚେଷ୍ଟା କରୁଛନ୍ତି । ଗତ ବର୍ଷ ସେ ସ୍ୱର୍ଣ୍ଣ ଜିତିବାରେ ବଞ୍ଚିତ ହୋଇଥିଲେ । ତାଙ୍କୁ କେବଳ ରୂପା ସହିତ ସନ୍ତୁଷ୍ଟ ହେବାକୁ ପଡିଲା ।
ତେବେ ଏହା ହେଉଛି ନୀରଜ ଚୋପ୍ରାଙ୍କ ସିଜନର ବେଷ୍ଟ ପ୍ରଦର୍ଶନ । ଏହାପୂର୍ବରୁ ତାଙ୍କର ବେଷ୍ଟ ପ୍ରଦର୍ଶନ ୮୮.୬୭ ଥିଲା । ଏହି ଚାମ୍ପିୟନସିପରେ ନୀରଜ ଚୋପ୍ରାଙ୍କ ସମେତ ସାରା ବିଶ୍ୱରୁ ୩୭ ଜାଭେଲିନ୍ ଥ୍ରୋଅର ଭାଗ ନେଉଛନ୍ତି । ନୀରଜ ଏହା ସହିତ ପ୍ୟାରିସ୍ ଅଲିମ୍ପିକ୍ ପାଇଁ ମଧ୍ୟ କ୍ୱାଲିଫାଏ କରିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ ୨୬ ଜୁଲାଇରୁ ୧୧ ପର୍ଯ୍ୟନ୍ତ ଖେଳାଯିବ ।

Get real time updates directly on you device, subscribe now.