fbpx
BJD
BJD SKY
BJD SKY

ଆଜି ମେଡ଼ିକାଲ ପ୍ରବେଶିକା ନିଟ୍ ପରୀକ୍ଷା, ଅପରାହ୍ନ ୨ଟା’ରୁ ଆରମ୍ଭ

BJD

ଭୁବନେଶ୍ୱର: ରବିବାର ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା (ନିଟ) ଅନୁଷ୍ଠିତ ହେବ । ରବିବାର ଅପରାହ୍ନ ୨ ଟା ରୁ ୫ ଟା ୨୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ମଣିପୁର ଛଡା ଦେଶର ସମସ୍ତ ରାଜ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଦେଶରେ ପ୍ରାୟ ୨୦ ଲକ୍ଷ ୫୯ ହଜାର ୬ ଜଣ ପରିକ୍ଷାର୍ଥୀ ନିଟ୍ ପରୀକ୍ଷା ଦେବେ । ସେହିପରି ଓଡିଶାରେ ମୋଟ୍ ୫୬ ହଜାର ୯୮୯ ଜଣ ପରୀକ୍ଷାର୍ଥୀ ନିଟ୍ ପରୀକ୍ଷା ଦେବେ ।

ଓଡ଼ିଶାର ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ୱଲପୁର, ବଲାଙ୍ଗିର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖମୁଣ୍ଡି, ଫୁଲବାଣୀ, ରାୟାଗଡା ଆଦି ମୋଟ୍‌ ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ହୋଇଛି । ଅପରାହ୍ଣ ୨ଟାରୁ ୫ଟା ୨୦ମିନିଟ୍‌ ମଧ୍ୟରେ ପ୍ରବେଶୁକା ଅନୁଷ୍ଠିତ ହେବ । ତେବେ ଭୁବନେଶ୍ୱରରେ ୨୨ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିବାବେଳେ ୧୪,୪୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଅନ୍ୟପଟେ ମଣିପୁରରେ ସଂରକ୍ଷଣ ବିବାଦକୁ ନେଇ ସୃଷ୍ଟି ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହି ନିଷ୍ପତ୍ତି ନେଇଛି। ମଣିପୁରରେ ଥିବା କେନ୍ଦ୍ରଗୁଡିକ ପାଇଁ ନୂତନ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଏନଟିଏ କହିଛି। ମଣିପୁରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ରାଜକୁମାର ରଞ୍ଜନ ଏନଟିଏକୁ ଚିଠି ଲେଖିଛନ୍ତି । ମଣିପୁରରେ ପରୀକ୍ଷା ସ୍ଥଗିତ ରଖିବା ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନୋଟିସ ଜାରି କରିଛି ।

Get real time updates directly on you device, subscribe now.