fbpx

ସପିଙ୍ଗ ମଲ୍ ରେ ବଡ ଧରଣର ଗୁଳିକାଣ୍ଡ: ୯ ଜଣ ଗୁରୁତର, ଦୁର୍ବୃତ୍ତକୁ ଏନକାଉଣ୍ଟର

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରେ ଏକ ଅଘଟଣ ଘଟି ଯାଇଛି । ନିକଟସ୍ଥ ଏକ ସପିଙ୍ଗ ମଲ୍ ରେ ଜଣେ ଦୁର୍ବୃତ୍ତ ଅଚାନକ ପଶି ଆସିବା ସହ ଆଖିବୁଜା ଗୁଳିମାଡ କରିଛି । ଦୁର୍ବୃତ୍ତର ଗୁଳିମାଡରେ ୯ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେଥିରେ କିଛି ଶିଶୁ ମଧ୍ୟ ସାମିଲ ରହିଛନ୍ତି । ତେବେ ଦୁର୍ବୃତ୍ତର ଏହି କାଣ୍ଡରେ ପୋଲିସ ମଧ୍ୟ ପାଲଟା ଫାୟାରିଙ୍ଗ କରିଛି । ଯେଉଁଥିରେ ସମ୍ପୃକ୍ତ ଦୁର୍ବୃତ୍ତର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଅଘଟଣରେ ଆହତ ହୋଇଥିବା ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇ ପାରିନି । ତେବେ ପୋଲିସର ପାଲଟା ଏନକାଉଣ୍ଟରରେ ଦୁର୍ବୃତ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏଭଳି ଏକ ଘଟଣା ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.