fbpx

ସ୍ଥଗିତ ହେଲା ନିଟ୍ ପିଜି ପରୀକ୍ଷା

ନୂଆଦିଲ୍ଲୀ,୦୩ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ବଡ ଘୋଷଣା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ କୋଭିଡ୍ ସମୀକ୍ଷା ବୈଠକରେ ଏନେଇ ନିଷ୍ପତି ନେଇଛନ୍ତି । ଅତିକମ୍ ରେ ୪ ମାସ ଯାଏ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବା ନେଇ ନିଷ୍ପତି ନେଇଛନ୍ତି । ଏଥିସହିତ କୋଭିଡ୍ ଡ୍ୟୁଟିରେ ଡାକ୍ତରୀ ଛାତ୍ର ମାନଙ୍କୁ ନିୟୋଜିତ କରାଯିବ । ଏହି ପରିପ୍ରେକ୍ଷୀରେ ଏମବିବିଏସ୍ ଶେଷ ବର୍ଷର ଛାତ୍ର ମାନେ କୋଭିଡ୍ ଡ୍ୟୁଟିରେ ନିୟୋଜିତ ହେବେ ବୋଲି ନିଷ୍ପତି ନିଆଯାଇଛି । ଖାଲି ସେତିକି ନୁହେଁ ନିୟୋଜିତ ଛାତ୍ର ମାନଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ମିଳିବ ।

ଏହି ପରିପ୍ରେକ୍ଷୀରେ ବିଏସସି ତଥା ଜିଏନଏମ୍ ଛାତ୍ରଙ୍କୁ କୋଭିଡ୍ ନର୍ସିଂ ଡ୍ୟୁଟିରେ ସାମିଲ୍ କରାଯିବ । ତେବେ ଏହି ମାନଙ୍କୁ ଆଶିଂକ କୋଭିଡ୍ ରୋଗୀଙ୍କୁ ଚିକିତ୍ସା କରାଯିବା ଦାୟିତ୍ୱରେ ରଖାଯିବ । ଆଉ ଶହେ ଦିନ କୋଭିଡ୍ ଡ୍ୟୁଟି କରିଥିବା ଚିକିତ୍ସାଧୀନଙ୍କୁ ସମ୍ମାନିତ କରାଯିବ । ସେମାନଙ୍କୁ କୋଭିଡ୍ ଜାତୀୟ ସେବା ସମ୍ମାନରେ ସମ୍ମାନିତ କରାଯିବ ବୋଲି ନିଷ୍ପତି ହୋଇଛି ।

Get real time updates directly on you device, subscribe now.