fbpx

କଟକ ମହାନଗର ନିଗମକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ କଲେ ୧୦ କୋଟି ଟଙ୍କା

କଟକ ୦୩ ।୦୫ (ଓଡ଼ିଶା ଭାସ୍କର) : କଟକ ମହାନଗର ନିଗମକୁ ମଞ୍ଜୁରୀ ହେଲା୧୦ କୋଟି ଟଙ୍କା । କୋଭିଡ୍ ପରିଚାଲନା ପାଇଁ କଟକ ମହାନଗର ନିଗମକୁ ୧୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି । ଏହି ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ କୋଭିଡ୍ ଲାଗି ଭୁବନେଶ୍ୱର ମହାନଗର ନିଗମକୁ ମଧ୍ୟ ୧୦ କୋଟି ଟଙ୍କା ଦିଆଯାଇ ଥିଲା ।

ସେପଟେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ୮ ହଜାର ୯୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୦ ହଜାର ୬୩୭କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଜଣ ସଂକ୍ରମିତ ହୋଇଛନ୍ତି ।

Get real time updates directly on you device, subscribe now.