fbpx

ନିଟ୍ ପିଜି ପରୀକ୍ଷା ସ୍ଥଗିତ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଲେ କେବେ ହେବ ପରୀକ୍ଷା

ନୂଆଦିଲ୍ଲୀ: ସ୍ଥଗିତ ରହିଲା ୨୦୨୨ ନିଟ୍ ପିଜି ପରୀକ୍ଷା । ପରୀକ୍ଷା ସ୍ଥଗିତ ରଖିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ ୧୨ ତାରିଖରେ ପରୀକ୍ଷା କରିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । କୋଭିଡ୍ ଭାଇରସ୍ ପାଇଁ ଛାତ୍ରଛାତ୍ରୀ ମାନେ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଦାବି କରିଥିଲେ । ଏନେଇ ସୁପ୍ରିମକୋର୍ଟରେ ଆବେଦନ ଦାୟର୍ କରାଯାଇଥିଲା । ଆବେଦନରେ ଦାବି କରାଯାଇଥିଲା ଯେ, ଏମବିବିଏସ୍ ପାସ୍ କରିଥିବା ଛାତ୍ରଛାତ୍ରୀ କୋଭିଡ୍ ୧୯ ସମୟରେ ନିଜର ଇଣ୍ଟର୍ନସିପ୍ ପିରିଅଡ୍ ପୁରା କରିପାରିନାହାନ୍ତି । ଏହି କାରଣରୁ ସେମାନେ ପରୀକ୍ଷାରେ ଦେଇପାରିବେ ନାହିଁ ।

Get real time updates directly on you device, subscribe now.