fbpx

NEET PG 2023 ପାଇଁ କାଲି ପର୍ଯ୍ୟନ୍ତ କରିପାରିବେ ଆବେଦନ, ଜାଣନ୍ତୁ କେବେ ଆସିବ ଆଡମିଟ୍ କାର୍ଡ ?

ନୂଆଦିଲ୍ଲୀ: ନିଟ୍ ପିଜି ୨୦୨୩ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ପାଖେଇ ଆସିଛି । ନିଟ୍ ପିଜି ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଆସନ୍ତାକାଲି ଅର୍ଥାତ୍ ୨୭ ଜାନୁଆରୀ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ ।

ଏଥିପାଇଁ ସେମାନଙ୍କୁ ଅଫିସିଆଲ୍ ୱେବସାଇଟ୍ natboard.edu.inକୁ ଯିବାକୁ ପଡିବ । ଉଲ୍ଲେଖନୀୟ କଥା ହେଉଛି, ଏହି ବର୍ଷ ୫ ମାର୍ଚ୍ଚ ୨୦୨୩ ରେ ପରୀକ୍ଷା କରାଯିବ । ଏଥି ସହିତ ମାର୍ଚ୍ଚ ୩୧ ସୁଦ୍ଧା ଫଳାଫଳ ମଧ୍ୟ ଘୋଷଣା କରାଯିବ ।

ପରୀକ୍ଷା ମାଧ୍ୟମରେ ଏମଡି, ଏମଏସ, ପିଜି ଡିପ୍ଲୋମା ସହିତ ଅନ୍ୟ ମେଡିକାଲ ପୋଷ୍ଟ ସ୍ନାତକ ପାଠ୍ୟକ୍ରମରେ ଆଡମିଶନ ଦିଆଯାଏ । ପରୀକ୍ଷା ପାଇଁ ଆବେଦନ କରିବା ସମୟରେ ପ୍ରାର୍ଥୀଙ୍କୁ ୪୨୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ । ତେବେ ଏସସି, ଏସଟି ଏବଂ ଦିବ୍ୟାଙ୍ଗ ବର୍ଗ ପାଇଁ ଏହା ୩୨୫୦ ଟଙ୍କା ରହିଛି ।

ଆଡମିଟ୍ କାର୍ଡ :-
ନିଟ୍ ପିଜି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ୨୭ ଫେବୃଆରୀ ୨୦୨୩ ରେ ରିଲିଜ୍ କରାଯିବ । ଏହା ପୂର୍ବରୁ ପ୍ରାର୍ଥୀମାନେ ଜାନୁଆରୀ ୩୦ ରୁ ଫେବୃଆରୀ ୩ ପର୍ଯ୍ୟନ୍ତ ସେମାନଙ୍କର ଆବେଦନ ଫର୍ମରେ ସଂଶୋଧନ କରିପାରିବେ ।

Get real time updates directly on you device, subscribe now.