fbpx
BJD SKY
BJD SKY

NEET-PG ରେଜଲ୍ଟ ଘୋଷଣା ହେଲା: ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଏହି ଲିଙ୍କକୁ ଯାଇ କରନ୍ତୁ ଚେକ୍

BJD

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ବୋର୍ଡ (ଏନବିଇ) ପକ୍ଷରୁ ଆଜି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପୋଷ୍ଟ ଗ୍ରାଜୁଏଟ ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି । ପ୍ରାର୍ଥୀମାନେ ntaboard.edu.in କୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ଏନେଇ ସୂଚନା ଦେଇଛନ୍ତି ।

ଚଳିତ ବର୍ଷର ପିଜି ରେଜଲ୍ଟ ମାତ୍ର ୧୦ ମଧ୍ୟରେ ଘୋଷଣା କରାଯାଇଛି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ନିଟ୍ ପିଜି ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି । ଯେଉଁମାନେ ନିଟ୍ ପିଜିରେ କ୍ୱାଲିଫାଏ କରିଛନ୍ତି, ମୁଁ ସେମାନଙ୍କୁ ବଧାଇ ଜଣାଉଛି । ମାତ୍ର ଦଶ ଦିନ ମଧ୍ୟରେ ରେକର୍ଡ ପୂର୍ବକ ରେଜଲ୍ଟ ଘୋଷଣା କରିଥିବାରୁ ମୁଁ ଏନବିଇ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦନ ଜଣାଉଛି ।

ସୂଚନାଯୋଗ୍ୟ ଯେ, ନିଟ୍ ପିଜି ପରୀକ୍ଷାରେ ସଫଳତା ହାସଲ କରିଥିବା ପ୍ରାର୍ଥୀମାନେ ନୂଆଦିଲ୍ଲୀର ଏମ୍ସ, ପିଜିଆଇଏମଇଆର ଚଣ୍ଡିଗଡ଼, ଜେଆଇପିଏମଇଆର ପୁଡୁଚେରୀ, ନିମହଂସ ବେଙ୍ଗାଲୁରୁରେ ଅଧ୍ୟୟନ କରିପାରିବେ । ଏହି ସମସ୍ତ ଶିକ୍ଷାନୁଷ୍ଠାନ ସହ ଅନ୍ୟ ସେଣ୍ଟରମାନଙ୍କରେ ପରୀକ୍ଷାର୍ଥୀମାନେ ଏମଡି, ଏମଏସ ଓ ପିଜି ଡିପ୍ଲୋମା ପାଠ୍ୟକ୍ରମରେ ପ୍ରବେଶ କରିପାରିବେ ।

Get real time updates directly on you device, subscribe now.