fbpx
BJD SKY
BJD SKY

ଅନ୍ୟଙ୍କ ତୁଳନାରେ ନିଜକୁ କିଭଳି ଭାବିଥାନ୍ତି ପୁରୁଷ, ବୈଜ୍ଞାନିକଙ୍କ ଅଧ୍ୟୟନର ଫଳାଫଳ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

BJD

ନୂଆଦିଲ୍ଲୀ: ପୁରୁଷମାନେ ଅନ୍ୟଙ୍କ ତୁଳନାରେ ନିଜକୁ କିଭଳି ବୁଝନ୍ତିି ତାହା ଏକ କୌତୁହଳ ପୂର୍ଣ୍ଣ ପ୍ରଶ୍ନ । ବୈଜ୍ଞାନିକମାନେ ଏହା ଉପରେ ଏକ ଅଧ୍ୟୟନ କରିଛନ୍ତି । ଆମେରିକାରେ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ୬୫ ପ୍ରତିଶତ ପୁରୁଷ ଅନ୍ୟଙ୍କ ତୁଳନାରେ ନିଜକୁ ସ୍ୱାଭାବିକ ଭାବରେ ସୁସ୍ଥ ଭାବନ୍ତି । ଅଧ୍ୟୟନର ଫଳାଫଳ ଅନୂଯାୟୀ ୩୩ ପ୍ରତିଶତ ଲୋକେ ତ ବର୍ଷକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ବି ଜରୁରୀ ବୋଲି ଭାବିନଥାନ୍ତି ।

ଓରଲାଣ୍ଡୋ ହେଲ୍ଥ ଫିଜିସିଆନ ଏସୋସିଏଟ୍ସର ବିଶେଷଜ୍ଞ ଥମସ କେଲୀଙ୍କ ଅନୂଯାୟୀ, ଅଧିକାଂଶ ପୁରୁଷ ନିଜକୁ ସୁସ୍ଥ ଭାବିଥାନ୍ତି । ଏମିତିକି ଯଦି ଏହି ପୁରୁଷଙ୍କୁ ଲାଗୁଛି ଯେ ସେମାନେ ସୁସ୍ଥ ଏବଂ ରୋଗର କୌଣସି ଲକ୍ଷଣ ନାହିଁ, ତଥାପି ସେମାନଙ୍କ ଠାରେ କୌଣସି ନା କୌଣସି ସ୍ୱାସ୍ଥ୍ୟ ସମସ୍ୟା ଉତ୍ପନ୍ନ ହେଉଥାଏ । ଯାହାକୁ ଆପଣ ଅଣଦେଖା କରିଥନ୍ାତି ଏବଂ ଯାହା ଜୀବନ ପ୍ରତି ବିପଦ ହୋଇପାରେ ।

ବିଶେଷଜ୍ଞ ଥମସ କେଲୀ କହିଛନ୍ତି ଯେ ଏହି ସମସ୍ୟା ମଧ୍ୟରେ ବ୍ଲଡ ପ୍ରେସର ଏବଂ କୋଲନ କ୍ୟାନ୍ସର ସାମିଲ ରହିଛି, ଯାହାକୁ ଅଣଦେଖା କରିବା ଦ୍ୱାରା ଜୀବନ ପ୍ରତି ବିପଦ ଆଣିଥାଏ । ଅଧ୍ୟୟନ ପାଇଁ ବିଶେଷଜ୍ଞ ଚଳିତ ବର୍ଷ ୧୧ ମେ ରେ ଆମେରିକାରେ ଏକ ସର୍ଭେ କରିଥିଲେ । ଏଥିରେ ୧୮ ବର୍ଷ ଏବଂ ଏହାଠାରୁ ଉଦ୍ଧ୍ୱର୍ ବୟସର ଲୋକଙ୍କ ସାମିଲ କରିଥିଲେ । ଏଥିରେ ଜଣାପଡ଼ିଥିଲା ଯେ ୩୮ ପ୍ରତିଶତ ପୁରୁଷ ସବୁବେଳେ ଇଣ୍ଟରନେଟରୁ ଚିକିତ୍ସା ପରାମର୍ଶ ହାସଲ କରିଥାନ୍ତି । ବୈଜ୍ଞାନିକମାନେ କହିଛନ୍ତି ଏହି ପରାମର୍ଶ ବିପଜ୍ଜନକ ହୋଇପାରେ, ଖାସକରି ଯଦି ପ୍ରତିଷ୍ଠିତ ଚିକିତ୍ସକଙ୍କଠାରୁ ନିଆଯାଇନଥାଏ ।

ବିଶେଷଜ୍ଞ କହିଛନ୍ତି ଯେ ଆପଣ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ନ ଭାବି, ହଠାତ୍ ହୃଦଘାତ ଅଥବା କିମ୍ବା ଅନ୍ୟ କୌଣସି ଗମ୍ଭୀର ରୋଗରେ ହସ୍ପିଟାଲରେ ଭର୍ତ୍ତି ହେବା ଅପେକ୍ଷା ବର୍ଷରେ ଥରେ ସ୍ୱାସ୍ଥ୍ୟ ଯାଞ୍ଚ କରି ଚିନ୍ତାମୁକ୍ତ ରୁହନ୍ତୁ ।

Get real time updates directly on you device, subscribe now.