fbpx
BJD SKY
BJD SKY

କେକେ ମୃତ୍ୟୁଙ୍କୁ ନେଇ ରହସ୍ୟ: ବନ୍ଦ ଥିଲା ଏସି, ଚାରିଗୁଣା ବଢ଼ିଥିଲେ ଦର୍ଶକ, ଅଣନିଶ୍ୱାସୀ ହୋଇପଡ଼ିଥିଲେ ସିଙ୍ଗର

BJD

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଗାୟକ କେକେଙ୍କ ପରଲୋକରେ ସାରା ଦେଶ ସବ୍ଧ ହୋଇପଡ଼ିଛି । ମଙ୍ଗଳବାର କୋଲକାତାରେ ଏକ ଲାଇଭ ଇଭେଣ୍ଟରେ ଗୀତ ଗାଉଥିବା ସମୟରେ ହଠାତ୍ ସ୍ୱାସ୍ଥ୍ୟ ଖରାପ ହୋଇଥିଲା, ଯାହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । କେହି କେବେ ଭାବିନଥିଲେ ଯେ ୫୩ ବର୍ଷୀୟ ଏହି ସିଙ୍ଗର ଏଭଳି ଭାବରେ ଦୁନିଆରୁ ବିଦାୟ ନେବେ ।

ୟାରୋଁ ଦୋସ୍ତି ବଡ଼ୀ ହି ଅଜୀବ ହେ… ଏହି ଗୀତକୁ ହିଁ କେକେ ମଙ୍ଗଳବାର କୋଲକାତାରେ ଏକ ଇଭେଣ୍ଟରେ ଗାଉଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇଭେଣ୍ଟକୁ ନେଇ ସମସ୍ତେ ଉତ୍ସାହିତ ଥିଲେ ଆଉ ଏହି ସମୟରେ ତାଙ୍କର ସ୍ୱସ୍ଥ୍ୟ ଖରାପ ହୋଇଥିଲା । ପ୍ରକୃତରେ କେକେଙ୍କୁ ଦେଖିବା ପାଇଁ ହଜାର ହଜାର ଷ୍ଟୁଡେଣ୍ଟ ଅଡିଟୋରିୟମରେ ଏକାଠି ହୋଇଥିଲେ । ନଜରୁଲ ଅଡିଟୋରିୟମରେ ହଠାତ୍ ଲୋକଙ୍କ୍ ଭିଡ଼ ବଢ଼ିବାକୁ ଲାଗିଥିଲା । ଏସି ମଧ୍ୟ କାମ କରିବା ବନ୍ଦ କରିଦେଇଥିଲା । ଯାହାକୁ ନେଇ କେକେ ଚିନ୍ତିତ ଥିଲେ । ବାରମ୍ବାର ଝାଳ ପୋଛୁଥିଲେ । ଏହା ପରେ ବି ତାଙ୍କର ଉତ୍ସାହ କମିନଥିଲା ସେ କନସର୍ଟ ରୋକିନଥିଲେ ଏବଂ ଲଗାତାର ଗୀତ ଗାଇଚାଲିଥିଲେ ।

ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସାମ୍ନାକୁ ଆସିଛି ଯେଉଁଥିଷର ଦେଖାଯାଉଛି ଯେ ମ୍ୟାନଜେମେଣ୍ଟକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଭିଡିଓରେ କେକେ ବାରମ୍ବାର ଟାୱଲରେ ଝାଳ ପୋଛୁଛନ୍ତି । କେକେ ବାରମ୍ବାର ମ୍ୟାନେଜମଣ୍ଟେଙ୍କୁ ଏସିର ତାପମାତ୍ରା କମ୍ କରିବାକୁ କହୁଥିଲେ ଏବଂ ହାଲୋଜେନ୍ ଲାଇଟ ମଧ୍ୟ ବନ୍ଦ କରିବାକୁ ପହିଥଲେ । କିନ୍ତୁ ତାଙ୍କୁ କଥାକୁ କେହି ଶୁଣିନଥିଲେ । ଏହା ଏକ ବନ୍ଦ ଅଡିଟୋରିୟମ ହୋଇଥିବାରୁ ଏବଂ ଭିଡ଼ ବଢ଼ିବା ଯୋଗୁ ସେଠାରେ ଅଣନିଶ୍ୱାସୀ ପରିସ୍ଥିତି ପରିସ୍ଥିତି ହୋଇଥିଲା । ଯାହାପରେ କେକେଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା ।  ତାଙ୍କୁ ସଙ୍ଗେ ସଙ୍ଗେ ହୋଟେଲ ନିଆଯାଇଥିଲା, ସେଠାରେ ଅବସ୍ଥା ଭଲ ନହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲ ପହଞ୍ଚିବାପରେ ଡାକ୍ତର କହିଥିଲେ ଯେ କେକେଙ୍କ ହାର୍ଟ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ହିଁ କାମ କରିବା ବନ୍ଦ କରିଦେଇଛି ।

ଅନ୍ୟ ଭିଡିଓରେ ଏହା ସାମ୍ନାକୁ ଆସିଛି ଯେ ଗରମ ବଢ଼ିବା ଯୋଗୁଁ କେକେ ଲେଜର ଲାଇଟ କମ କରିବାକୁ କହିଥିଲେ, କିନ୍ତୁ ଲାଇଟ କମ୍ କରିନଥିଲେ । ଶୋରେ ଏଣ୍ଟ୍ରି ପାଇଁ କୌଣସି ଫିସ୍ ନଥିଲା । ଦର୍ଶକଙ୍କ ସଂଖ୍ୟା ଚାରିଗୁଣା ବଢ଼ିଥିଲା । ଗୋଟିଏ ବନ୍ଦ ଅଡିଟୋରିୟମରେ ବହୁତ ସଂଖ୍ୟାରେ ଲୋକ ଏକାଠି ହେବା, ଏସି କାମ ନକରିବା ସିଙ୍ଗର ନିଜର ହାଇପିଚ୍ ରେ ଗୀତ ଗାଉଥିଲେ । ଏସବୁ ଦେଖିଲେ ଲାଗୁଛି ଏହା ବେପରୁଆ ମନୋଭାବ । େତେବେ ପୋଲିସ ମାମଲାର ଯାଞ୍ଚ କରୁଛି ।

 

 

 

Get real time updates directly on you device, subscribe now.