fbpx
BJD SKY
BJD SKY

ଆପଣମାନେ Facebook ବ୍ୟବହାର କରୁଛନ୍ତି କି, ତେବେ ଆଜିଠାରୁ ଟଙ୍କା ରୋଜଗାର ଆରମ୍ଭ କରିଦିଅନ୍ତୁ, ଜାଣନ୍ତୁ ଏହି ୫ଟି ଉପାୟ

BJD

ଆଜିକାଲି ଲୋକମାନେ ଖାଇବା ପିଇବା ଭୁଲିଯିବେ ପଛେ, ସୋସିଆଲ ମିଡ଼ିଆ ବ୍ୟବହାର କରିବା କଦାପି ଭୁଲିବେନି । ଆଜି ଫେସବୁକ୍ ହେଉଛି ଦୁନିଆର ନମ୍ବରୱାନ ସୋସିଆଲ ନେଟୱାର୍କିଂ ସାଇଟ୍ । ସାଧାରଣତଃ ଲୋକମାନେ ଫେସବୁକରେ ଚାଟିଂ, ଫଟୋ, ଭିଡିଓ ଅପଲୋଡ୍ ଆଦି ପାଇଁ ବ୍ୟବହାର କରିଥାନ୍ତି । ଆପଣ ଚାହିଁଲେ ଫେସବୁକରୁ ବହୁତ ଟଙ୍କା ରୋଜଗାର କରିପାରିବେ । ଫେସବୁକରୁ ପଇସା କମାଇବା ପାଇଁ ଆପଣଙ୍କ ପାଖରେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ, ଫେସବୁକ ଆକାଉଣ୍ଟ, ଇଣ୍ଟରନେଟ, ଫେସବୁକ ପେଜ, ଫେସବୁକ ଗ୍ରୁପ ଥିବା ନିହାତି ଜରୁରୀ ।

୧- ଯଦି ଆପଣଙ୍କୁ ଭିଡିଓ ବନାଇବା ପସନ୍ଦ, ତେବେ ଆପଣ ୟୁ-ଟ୍ୟୁବ ପରି ଫେସବୁକରୁ ମଧ୍ୟ ପଇସା ରୋଜଗାର କରିପାରିବେ । ଏଥିପାଇଁ ଆପଣ ଫେସବୁକର ନିୟମ ଫଲୋ କରିବାକୁ ପଡ଼ିବ ।

୨- ଆଫିଲିଏଟ୍ ମାର୍କେଟିଂରେ ଜ୍ଞାନ ଥିଲେ ଆପଣ ମଧ୍ୟ ରୋଜଗାର କରିପାରିବେ । ଆପଣ ଆମାଜନ, ଫ୍ଲିପକର୍ଟ ପରି ବଡ଼ ବଡ଼ କମ୍ପାନୀର ପ୍ରଡକ୍ଟ ଫେସବୁକ ପେଜରେ ସେଲ୍ କରି କମିଶନ ପାଇପାରିବେ ।

୩- ଆପଣଙ୍କ ପାଖରେ ୧ ଲକ୍ଷଲାଇକ୍ ବିଶିଷ୍ଟ ଏକ ଫେସବୁକ ପେଜ୍ ଥିଲେ ଆପଣ ତାହାକୁ ହଜାର ହଜାର ଟଙ୍କାରେ ବିକ୍ରି କରିପାରିବେ । ଏହାଛଡ଼ା ଏହି ପେଜରେ ଆପଣ ବ୍ଲଗ୍, ୟୁ-ଟ୍ୟୁବର ପ୍ରମୋଶନ କରି ଇନକମ୍ କରିପାରିବେ ।

୪- ଆପଣ ଫେସବୁକରେ ମାର୍କେଟର କାର୍ଯ୍ୟ କରି ଅର୍ଥ ଉପାର୍ଜନ କରିପାରିବେ । ସେଥିପାଇଁ କେଉଁ ପୋଷ୍ଟ କେଉଁ ସମୟରେ ପୋଷ୍ଟ କରିବା ଦରକାର, ତାହା ଜାଣିବା ନିହାତି ଦରକାର । ଯଦି ଆପଣଙ୍କ ପାଖରେ ଏକ ସକ୍ରିୟ ଫେସବୁକ୍ ଗ୍ରୁପ୍ ରହିଥିବ, ତେବେ ସେଥିରୁ ଆପଣ ଟଙ୍କା କମାଇ ପାରିବେ ।

୫- ଅନେକ ସେଲିବ୍ରେଟି, ପଲିଟିସିଆନ୍, ଛୋଟବଡ଼ କମ୍ପାନୀ ସେମାନଙ୍କର ରିଚ୍ ବଢ଼ାଇବା ପାଇଁ କ୍ଲାଏଣ୍ଟ ହାୟର କରିଥାନ୍ତି । ଏହି କ୍ଲାଏଣ୍ଟମାନେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ମ୍ୟାନେଜ୍ କରି ପଇସା ପାଇଥାନ୍ତି । ଏହାଛଡ଼ା ଆପଣ ଏଥିରେ ଦୈନିକ କଣ୍ଟେଣ୍ଟ ପବ୍ଲିସ କରି କମ୍ପାନୀଠାରୁ ଅର୍ଥ ପାଇପାରିବେ ।

Get real time updates directly on you device, subscribe now.