fbpx
BSKY SKY
BSKY SKY

(Video) ବର୍ଷା ପାଣିକୁ ନେଇ ପଡୋଶୀଙ୍କ ମଧ୍ୟରେ ମାରପିଟ୍: ଚାଲିଗଲା ଜଣଙ୍କର ଜୀବନ

BSKY

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉନ୍ନାଓରୁ ଏକ ମୃତ୍ୟୁ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ପୋଷ୍ଟ ହେବା ମାତ୍ରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଖବର ମୁତାବକ, ବର୍ଷା ଜଳ ନିଷ୍କାସନ ନେଇ ୨ ପଡୋଶୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । କିନ୍ତୁ ଝଗଡ଼ା ଏବେ ବଢ଼ିଗଲା ଯେ, ବାଡ଼ିରେ ପିଟାପିଟି ଆରମ୍ଭ ହୋଇଗଲା । ଏହି ମାରପିଟ ସମୟରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମାରପିଟର ଏହି ଭିଡିଓରେ ଅନ୍ୟ ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ଅନ୍ୟପଟେ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କର ଚିକିତ୍ସା ଚାଲିଛି । ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରରେ ବିଶୃଙ୍ଖଳା ଦେଖାଦେଇଛି । ମୃତକଙ୍କ ଝିଅ ପଡୋଶୀର ୬ ଜଣଙ୍କ ଉପରେ ହତ୍ୟା ଅଭିଯୋଗ ଲଗାଯାଇଛନ୍ତି । ପୋଲିସର ମଧ୍ୟ ଏହି ଘଟଣାର ତଦନ୍ତ ଜାରି ରଖିଛି । ଏହି ପୁରା ଘଟଣାର ଭିଡିଓ ଭାଇରାଲ ହେବା ପରେ ଅଧିକାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ଦେଖନ୍ତୁ ଏହାର ଭାଇରାଲ ଭିଡିଓ…

Get real time updates directly on you device, subscribe now.