fbpx

(Video) ଇଷ୍ଟାଗ୍ରାମ ରିଲ୍ସ ନେଲା ଜୀବନ: ମୃତ୍ୟୁ ପୂର୍ବରୁ ଶେଷ ଭିଡିଓରେ ଏପରି କହିଥିଲେ ବୋହୂ

ବାଲେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଯୁଗ ଯେମିତି ବଦଳୁଛି, ଲୋକମାନେ ମଧ୍ୟ ସୋସିଆଲ ମିଡିଆ ପ୍ରତି ସେତିକି ଢ଼ଳୁଛନ୍ତି । ଛୁଆଠାରୁ ବଡ଼ ଯାଏଁ ସମସ୍ତେ ଭିଡିଓ ବନାଇବାରେ ପାଗଳ । କିଏ ଡ୍ୟାନ୍ସ କଲାଣି ତ’ ଆଉ କିଏ ଖାଇବା ରୋଷେଇ କରି ଭିଡିଓ କରି ପୋଷ୍ଟ କରୁଛି । କିନ୍ତୁ ଏହି ରିଲ୍ସ ଚକ୍କରରେ କେତେକ ଘର ମଧ୍ୟ ଉଜୁଡିଯାଉଛି । ସେହିପରି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କଇଁଥଗଡ଼ିଆ ଗ୍ରାରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି ।

ଅନ୍ୟପଟେ ଏହି ମାମଲାରେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ମୃତ ମହିଳା ଜଣକ ହେଉଛନ୍ତି କଇଁଥଗଡ଼ିଆ ଗାଁର ବୁଦ୍ଧଦେବଙ୍କ ପତ୍ନୀ ଜୟନ୍ତୀ ପାତ୍ର । ସେ ୧୦ ବର୍ଷ ପୂର୍ବରୁ ବୁଦ୍ଧଦେବଙ୍କୁ ବିବାହ କରିଥିଲେ । କିନ୍ତୁ ଜୟନ୍ତୀ ଭଲ ରିଲ୍ସ ଭିଡିଓ କରନ୍ତି, ଯେଉଁଥିରେ ତାଙ୍କ ଶାଶୁଘର ଲୋକେ ଖୁସି ନଥିଲେ । ତାଙ୍କ ଇନଷ୍ଟାଗ୍ରାମ ଆଇଡି ନାଁ ଲଭଲି ମିତାଲି ହୋଇଥିବା ବେଳେ ୩୦୦ ହଜାରରୁ ଅଧିକ ଲୋକ ତାଙ୍କୁ ଫଲୋ କରୁଥିଲେ ।

ତାଙ୍କ ଆଇଡିରେ ୨୦୦ରୁ ଅଧିକ ରିଲ୍ସ ପୋଷ୍ଟ ହୋଇଥିବା ବେଳେ ଶାଶୁଘର ଲୋକେ ଏହାକୁ ପସନ୍ଦ କରୁନଥିଲେ । ଏଥିପାଇଁ ସବୁବେଳେ ଝଗଡ଼ା ଲାଗିରହୁଥିଲା । ଏଥିପାଇଁ ସେ ଜିବନ ହାରି ନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି ଜୟନ୍ତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, କଇଁଥଗଡିଆ ଗ୍ରାମର ବୁଦ୍ଧଦେବ ପାତ୍ରଙ୍କ ସ୍ତ୍ରୀ ଜୟନ୍ତୀ ବିଳମ୍ବିତ ରାତିରେ କେଉଁଆଡ଼େ ନିଖୋଜ ହୋଇଯାଇଥିବା ବେଳେ ପରଦିନ ଗ୍ରାମ ପାଖରେ ଥିବା ଏକ ପୋଖରୀରୁ ତାଙ୍କର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ମୃତ୍ୟୁ ପୂର୍ବରୁ ଜୟନ୍ତୀ ଇନଷ୍ଟାଗ୍ରାମରେ ଏକ ରିଲ୍ ଭିଡିଓ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ ଯେ, ‘କାଲି ମୁଁ ଥିବି କି ନଥିବି… ହୁଏତ ଆପଣମାନେ ନିଶ୍ଚୟ ମନେ ରଖିବେ ।’ ତାଙ୍କର ମୃତ ଦେହ ପୋଖରୀରୁ ମିଳିବା ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ବାପା ଘରଲୋକ । ଖଇରା ପୋଲିସ୍ ଶବ ଜବତ୍ କରି ବ୍ୟବଛେଦ ପାଇଁ ପଠାଇବା ସହ ଛାନଭିନ ଜାରି ରଖିଛି ।

Get real time updates directly on you device, subscribe now.