fbpx

ବିଶ୍ୱର ସବୁଠାରୁ ଦାମୀ ସହର; ନା ପ୍ୟାରିସ୍ ନା ସିଙ୍ଗାପୁର, ଏହି ସହର ହେଲା ଦୁନିଆର ସବୁଠୁ ମହଙ୍ଗା ସହର

ନୂଆଦିଲ୍ଲୀ: ଲଣ୍ଡନର ଇକୋନୋମିଷ୍ଟ୍ ଇଣ୍ଟେଲିଜେନ୍ସ ୟୁନିଟ୍ ଦୁନିଆର ସବୁଠୁ ମହଙ୍ଗା ସହରର ତାଲିକା ପ୍ରକାଶ କରିଛି । ଚଳିତ ଥର ପ୍ୟାରିସ୍ ଓ ସିଙ୍ଗାପୁରକୁ ପଛରେ ପକାଇ ପଥମ ସ୍ଥାନ ଅଧିଗ୍ରହଣ କରିଛି ଇସ୍ରାଏଲ୍ ର ସହର ତେଲ ଅବୀବ୍ । ତେଲ ଅବୀବ୍ ସବୁଠାରୁ ଦାମୀ ସହର ବନିଯାଇଛି । ଏହି ସହରରେ ବଢ଼ୁଥିବା ଦରଦାମ୍ ବୈଷୟିକ ସ୍ତରରେ ଲୋକଙ୍କ ଖର୍ଚ୍ଚକୁ ଖୁବ୍ ବଢ଼ାଇ ଦେଇଛି । ୱଲଡ୍ ୱାଇଡ୍ କାଷ୍ଟ୍ ଅଫ୍ ଲିଭିଂ ଇଣ୍ଡେକ୍ସ ପକ୍ଷରୁ ୧୭୩ ସହରର ବିଭିନ୍ନ ସେବା, ଉପଲବ୍ଧ ହେଉଥିବା ଜିନିଷ ପାଇଁ ଆମେରିକୀ ଡଲାର୍ ମୁଲ୍ୟ ତୁଳନାରେ ଏହି ଦାମୀ ସହରର ତାଲିକା ପ୍ରକାଶ କରାଯାଇଛି ।

ତେଲ ଅବୀବ୍ ର ଜାତୀୟ ମୁଦ୍ରା ଶେକେଲ୍ ମୁଲ୍ୟ ଡଲାର୍ ତୁଳନାରେ ବଢ଼ୁଥିବା ସହିତ ପରିବହନ ଓ ଭଡ଼ା ସାମାନର ଦାମ୍ ବୃଦ୍ଧି କାରଣରୁ ରାଙ୍କିଙ୍କ୍ ରେ ଉପରେ ରହିଛି । ତେବେ ତେଲ ଅବୀବ୍ ପରେ ପରେ ରହିଛି ପ୍ୟାରିସ୍ ଓ ସିଙ୍ଗାପୁର । ଏହି ଦୁଇ ସହର ଦ୍ୱିତୀୟ ସ୍ଥାନରେ ରହିଛି । ଏହାପରେ ରହିଛି ଜ୍ୟୁରିଖ୍ ଓ ହଙ୍ଗକଙ୍ଗ । ନ୍ୟୁୟର୍କ ଷଷ୍ଠ ସ୍ଥାନରେ, ଜିନେଭା ସପ୍ତମ ସ୍ଥାନରେ ରହିଛି । ଟପ୍ ୧୦ ଲିଷ୍ଟରେ ଅଷ୍ଟମ ସ୍ଥାନରେ ରହିଛି କୋପେନହାଗେନ୍, ନବମରେ ଲସ୍ ଆଞ୍ଜେଲସ୍ ଓ ଦଶମରେ ରହିଛି ଓସାକା ।

Get real time updates directly on you device, subscribe now.