fbpx

ଆପଣଙ୍କ ପାଖରେ Voter ID Card ନଥିଲେ ବି ଦେଇ ପାରିବେ ଭୋଟ୍: ଦେଖାଇବାକୁ ପଡ଼ିବ ଏହି ୧୧ଟି ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ

ନୂଆଦିଲ୍ଲୀ: ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ପଞ୍ଚାୟତିରାଜ ନିର୍ବାଚନ ହେବାର ଅଛି । ସେଥିପାଇଁ ବର୍ତ୍ତମାନଠାରୁ ଭୋଟର ଲିଷ୍ଟ, ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । କାରଣ ଜଣେ ଭାରତୀୟ ନାଗରିକ ହିସାବରେ ଭୋଟ ଦେବାକୁ ହେଲେ ଭୋଟର ଆଇଡି କାର୍ଡ ନିହାତି ଦରକାର, ନଚେତ୍ ଆପଣ ଭୋଟଦାନରୁ ବାଦ୍ ପଡ଼ିବେ । ତେବେ ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ । ଭୋଟର କାର୍ଡ ନଥିଲେ ବି ଆପଣ ଭୋଟ ଦେଇ ପାରିବେ । ଆସନ୍ତୁ ଜାଣିବା ଏହାର ପ୍ରୋସେସ୍ ।

ଏଥିପାଇଁ ଆପଣଙ୍କ ନାମ ଭୋଟର ଲିଷ୍ଟରେ ରହିଥିବା ଜରୁରୀ । ଯଦି ଆପଣଙ୍କ ନାମ ଲିଷ୍ଟରେ ଥିବ ଆଉ ଆପଣଙ୍କ ଭୋଟର ଆଇଡି କାର୍ଡ ନାହିଁ, ତେବେ ଏ କ୍ଷେତ୍ରରେ ଆପଣ ୧୧ ପ୍ରକାର ଅନ୍ୟ ଡକ୍ୟୁମେଣ୍ଟକୁ ପରିଚୟ ପତ୍ର ଭାବେ ବ୍ୟବହାର କରିବା ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ମାନ୍ୟତା ଦିଆଯାଇଛି । ଆପଣ ମତଦାନ କେନ୍ଦ୍ରରେ ନିଜର ଆଧାର କାର୍ଡ ବା ଅନ୍ୟ କୌଣସି ଆଇଡି ଦେଖାଇ ପାରିବେ । ଭୋଟର ଲିଷ୍ଟରେ ନାମ ଦର୍ଜ ହେବା ପରେ ପରେ ଆପଣ ମତଦାନ କରିବା ଯୋଗ୍ୟ ହୋଇଥାନ୍ତି ।

ଏହିସବୁ ଡକ୍ୟୁମେଣ୍ଟ ଦେଖାଇ ଆପଣ ଭୋଟ ଦେଇପାରିବେ:-

୧- ପାସପୋର୍ଟ

୨- ଡ୍ରାଇଭିଂ ଲାଇସେନ୍ସ

୩- କେନ୍ଦ୍ର/ସରକାରୀ / ପିଏସୟୁ / ପବ୍ଲିକ ଲିମିଟେଡ କର୍ମଚାରୀ ହୋଇଥିଲେ ଫଟୋ ଆଇଡି କାର୍ଡ

୪- ପ୍ୟାନ୍ କାର୍ଡ

୫- ଆଧାର କାର୍ଡ

୬- ପୋଷ୍ଟ ଅଫିସ ଓ ବ୍ୟାଙ୍କ ଦ୍ୱାରା ଜାରି ପାସବୁକ୍

୭- MGNREGA ଜବ କାର୍ଡ

୮- ଶ୍ରମ ମନ୍ତ୍ରଣାଳୟର ଦ୍ୱାରା ଜାରି ହେଲଥ ଇନ୍ସୁରାନ୍ସ କାର୍ଡ

୯- ଫଟୋ ଥାଇ ଆଟେଷ୍ଟେଡ ହୋଇଥିବା ପେନସନ କାର୍ଡ

୧୦- ନ୍ୟାସନାଲ ପପୁଲେସନ ରେଜିଷ୍ଟର ଦ୍ୱାରା ଜାରି ସ୍ମାର୍ଟ କାର୍ଡ

୧୧- MPs/ MLAs/ MLCsଙ୍କ ଦ୍ୱାରା ଜାରି ଅଧିକାରିକ ପରିଚୟପତ୍ର

Get real time updates directly on you device, subscribe now.