fbpx

ଗଣିଆ କଲେଜ ସାମ୍ନାରୁ ୨ ଛାତ୍ରୀଙ୍କୁ ଅପହରଣ

ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ା ଜିଲ୍ଲା ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ଗଣିଆ କଲେଜ ସାମ୍ନାରୁ ୨ ଛାତ୍ରୀଙ୍କ ଅପହରଣ ହୋଇଥିବା ଜଣାପଡିଛି । ସାଇକେଲରେ ଯାଉଥିବା ୨ ଛାତ୍ରୀଙ୍କୁ ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ଏକ ନମ୍ବର ବିହୀନ କାରରେ ଆସି ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ ଉଠାଇ ନେଇଥିବା ଜଣାପଡିଛି । ଅପହରଣର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ୨ ଛାତ୍ରୀଙ୍କର କୌଣସି ପତ୍ତା ମିଳିପାରିନାହିଁ । ଏହାର ପ୍ରତିବାଦରେ କଲେଜ ଛାତ୍ରଛାତ୍ରୀ ଗଣିଆ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଅନ୍ୟପଟେ ଖବର ପାଇ ପୋଲିସ ମଧ୍ୟ ଘଟଣାର ଛାନଭିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.