fbpx

୪ କୋଚଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୪ କ୍ରୀଡ଼ା ପ୍ରଶିକ୍ଷକଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା କ୍ରୀଡ଼ା ପରିଷଦର ୪ କୋଚଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୪ ଜଣଙ୍କ ମଧ୍ୟରୁ ଭଲିବଲ କୋଚ୍ ପ୍ରଭାକର ତ୍ରିପାଠୀଙ୍କୁ ଚାକିରିରୁ ବିଦା ହୋଇଛନ୍ତି । ଏହା ସହିତ ବକ୍ସିଂ କୋଚ ଶଙ୍କର ପ୍ରସାଦ , ହ୍ୟାଣ୍ଡବଲ୍ କୋଚ୍ ମନୋଜ କୁମାର ଦାସ, ଭଲିବଲ୍ କୋଚ୍ ଜ୍ଞାନେନ୍ଦ୍ର ପ୍ରସାଦ ବଢ଼େଇଙ୍କୁ ଚାକିରିରୁ ବିଦା କରାଯାଇଛି । ଅପରାଗତା ଓ ପାରଦର୍ଶୀତା ଅଭାବରୁ ସେମାନଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । କ୍ରୀଡ଼ା କ୍ଷେତ୍ରରେ ଖରାପ ପ୍ରଦର୍ଶନ ସହ ସେମାନଙ୍କର ସେଭଳି କିଛି ଅବଦାନ ନଥିବା କୁହାଯାଇଛି ।

Get real time updates directly on you device, subscribe now.