fbpx

ନେଲସନ ମାଣ୍ଡେଲା ଡେ ୨୦୨୧

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁଲାଇ ୧୮ ତାରିଖକୁ ନେଲସନ ମାଣ୍ଡେଲା ଡେ ଭାବରେ ପାଳନ କରାଯାଇଥାଏ । ଏହା ମାଣ୍ଡେଲା ଡେ ନାମରେ ମଧ୍ୟ ଜଣା । ନେଲସନ ମାଣ୍ଡେଲା ହେଉଛନ୍ତି ସାଉଥ୍ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି । ସେ ୧୯୯୪ରୁ ୧୯୯୯ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ସେ ଦକ୍ଷିଣ ଆଫ୍ରିକାରେ ଜାତିବାଦ ପ୍ରଥାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ଏହା ସହ ସାମାଜିକ ସମାନତା ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କର ଏହି ନିଃସ୍ୱାର୍ଥପର କାମ ପାଇଁ ତାଙ୍କୁ ୨୫୦ରୁ ଅଧିକ ପୁରସ୍କାର ମିଳିଥିଲା । ଏହା ସହ ସେ ୧୯୯୩ ମସିହାରେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନୀତ ମଧ୍ୟ ହୋଇଥିଲେ ।

୨୦୦୯ ମସିହାରେ ୟୁନାଇଟେଡ ନେସନ ଜୁଲାଇ ୧୯ କୁ ନେଲସନ ମାଣ୍ଡେଲା ଇଣ୍ଟରନାସନାଲ ଭାବେ ଘୋଷଣା କରିଥିଲା । ଏହାପରେ ପ୍ରଥମ ଥର ୨୦୧୦ ରେ ଏହି ଦିବସକୁ ପାଳନ କରାଯଇଥିଲା । ନେଲସନ ମାଣ୍ଡେଲାଙ୍କ କାମକୁ ମନେ ପକାଇବା ସହ ତାଙ୍କ ସମ୍ମାନରେ ଏହି ଦିନରେ ସାମାଜିକ ସଚେତନା ଏବଂ ସ୍ୱେଚ୍ଛାସେବୀ କର୍ମୀଙ୍କ ସଚେତନତା ଦ୍ୱାରା ଏହି ଦିନକୁ ପାଳନ କରାଯାଏ । ସମାନତାରେ ଏବଂ ସବୁ ଲୋକେ ଏକାଠି ହୋଇ ପରସ୍ପରକୁ ସାହାଯ୍ୟ କରିବା ଦ୍ୱାରା ସାମାଜିକ ଶ୍ରେଣୀ ଏବଂ ଏହି ବର୍ଣ୍ଣ ବୈଷମ୍ୟରୁ ଉପରକୁ ଉଠିପାରିବା ଉପରେ ବିଶ୍ୱାସ କରୁଥିଲେ ମାଣ୍ଡେଲା । ଏହି ଦିନ ହେଉଛି ଏକ ସୁଯୋଗ ତାଙ୍କର ମୂଲ୍ୟବୋଧତାକୁ ମନେପକାଇବା ଏବଂ ତାଙ୍କର ପଥକୁ ଅନୁସରଣ କରିବା ପାଇଁ ।

୨୦୧୪ରେ ମିଳିତ ଜାତିସଂଘର ସାଧାରଣ ସଭା ପ୍ରଥମ ଥର ପାଇଁ ନେଲସନ ମାଣ୍ଡେଲା ପୁରସ୍କାର ଘୋଷଣା କରିଥିଲେ । ଏହି ପୁରସ୍କାର ସେହିମାନଙ୍କ ପାଇଁ ଥିଲା ଯେଉଁମାନେ ସେମାନଙ୍କର ଜୀବନକୁ ମାନବିକତା ପାଇଁ ଉତ୍ସର୍ଗ କରିଛନ୍ତି । ୨୦୧୦ ଠାରୁ ପ୍ରତିବର୍ଷ ଏହି ଦିନ ପାଳନ ହୋଇଆସୁଛି । ତେବେ ଏ ବର୍ଷର ଥିମ ରହିଛି ‘ୱାନ ହ୍ୟାଣ୍ଡ କ୍ୟାନ୍ ଫିଡ୍ ଆନାଦର’ ।

ନେଲସନ ମଣ୍ଡେଲା ଆନ୍ତର୍ଜାତୀୟ ଦିବସ ୨୦୨୧ ଅବସରରେ ଏକ ଭିଡିଓ ବାର୍ତ୍ତାରେ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ ଏହି ଦିନ ହେଉଛି ଏକ ସୁଯୋଗ ମାଣ୍ଡେଲାଙ୍କର ଜୀବନ ଏବଂ ଉତ୍ତରଦାୟିତ୍ୱକୁ ସମ୍ମାନ, ସମାନତା, ନ୍ୟାୟ ଏବଂ ମାନବିକ ଅଧିକାର ପାଇଁ ପ୍ରତିଫଳିତ କରିବାର ଦିନ । ଗୁଟେରସ୍ ନେଲସନ ମାଣ୍ଡେଲାଙ୍କ ଏକତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ, ଏହାର ଗମ୍ଭୀରତା କୋଭିଡ-୧୯ ମହାମାରୀ ସମୟରେ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.