fbpx

ଏହି ୧୭ ଜିଲ୍ଳାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ୧୭ଟି ଜିଲ୍ଲା ପାଇଁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସୋମବାର ସକାଳ ଯାଏଁ ଏହି ୧୭ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନାର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ସକାଳ ସୁଦ୍ଧା ଏହି ୧୭ ଜିଲ୍ଳାରେ ବର୍ଷା ଓ ବଜ୍ରପାତ ଆଶଙ୍କା କରାଯାଇଛି।

ଅନ୍ୟ ପକ୍ଷରେ ନୂଆପଡା, କଳାହାଣ୍ଡି, କେନ୍ଦୁଝର, କନ୍ଧମାଳ ଓ ଦେବଗଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ନବରଙ୍ଗପୁର, ବଲାଙ୍ଗୀର, ବରଗଡ, ବୌଦ୍ଧ, ସୁବର୍ଣ୍ଣପୁର, ସୁନ୍ଦରଗଡ, ଝାରସୁଗୁଡା ଓ ମୟୁରଭଞ୍ଜ ପାଇଁ ଉଭୟ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.