fbpx

ମୋନାଲିସାଙ୍କ ମଧୁଝରା ହସ, ଏଥର ବିକିନି ଫଟୋଶୁଟ୍‌ରେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସେ ଜନ୍ମ ହୋଇଥିଲେ କୋଲକାତାରେ। ବଙ୍ଗାଳୀ ଲଳନା କିନ୍ତୁ ପରଦାରେ ଦେଖାଦେଲେ ପ୍ରଥମେ ଓଡ଼ିଆ ଆଲବମ୍‌ରରେ। ଆଉ ତାପରେ ସେ ବାଛିନେଲେ ଭୋଜପୁରୀ ଚଳଚ୍ଚିତ୍ର ଦୁନିଆକୁ। ପାଲଟି ଗଲେ ଅନ୍ତରା ବିଶ୍ଵାସରୁ ମୋନାଲିସା। ହଟ୍‌ ଲୁକ୍‌ ଆଉ ବୋଲ୍ଡ ଅବତାର ପାଇଁ ତାଙ୍କର ଖୁବ୍‌ ପ୍ରଶଂସକ ରହିଛନ୍ତି। ଆଉ ମୋନାଲିସା ସୋସିଆଲ୍‌ ମିଡିଆରେ ରହୁଛନ୍ତି ଖୁବ୍‌ ଆକ୍ଟିଭ୍‌।

Monalish Hot Sexy

ଏଇ ନିକଟରେ ସେ ନିଜ ପ୍ରଶଂସକଙ୍କୁ ଏକଦମ୍‌ ହଟ୍‌ ଫଟୋ ଶୁଟ୍‌ରେ ଦେଖାଦେଇଛନ୍ତି। ଏଥର ସବୁଜ ବିକିନିରେ ଇଣ୍ଟରନେଟ୍‌ରେ ନିଆଁ ଲଗାଇ ଦେଇଛନ୍ତି ମୋନାଲିସା। ଆଉ ତାଙ୍କ ପ୍ରଶଂସକ ଏହାକୁ ଦେଖି ତାଜୁବ୍‌। ପ୍ରଶଂସାରେ ପୋତି ପକାଉଛନ୍ତି। ଆଉ ମୋନାଲିସା ହସୁଛନ୍ତି ମୁରୁକି ମୁରୁକି। ଏପର୍ଯ୍ୟନ୍ତ ମୋନାଲିସାଙ୍କ ଏହି ଫଟୋ ପୋଷ୍ଟକୁ ୨୨ ହଜାରରୁ ଅଧିକ ଲୋକ ଫେସବୁକ୍‌ରେ ଦେଖିସାରିଲେଣି।

Monalish Hotty Sexy in Pool

ମୋନାଲିସା କ୍ୟାପସନ୍‌ରେ ଲେଖିଛନ୍ତି ଯେ, ଫର୍ଗଟ ୟୋର୍‌ ବିଜି ଲାଇଫ୍‌, ଇଟ୍‌ ଟାଇମ୍ସ ଟୁ ରିଲାକ୍ସ। ଅର୍ଥାତ୍‌ ନିଜର ବ୍ୟସ୍ତବହୁଳ ଜୀବନ ବିଷୟକୁ ଭୁଲିଯାଅ, ବର୍ତ୍ତମାନ ନିଜକୁ ହାଲୁକା ଫୂର୍ତ୍ତି କରିବାର ସମୟ ଆସିଛି ବୋଲି ମୋନାଲିସା ଲେଖିଛନ୍ତି।

Monalisha Hotty the Bhojpuri Queen

୧୯୮୨ ମସିହାରେ ଜନ୍ମିତ ଏହି ଅଭିନେତ୍ରୀ ସମ୍ପ୍ରତି ଭୋଜପୁରୀ ସିନେମାରେ ବିଶେଷ ଦେଖାଯାଉଥିଲେ ମଧ୍ୟ ହିନ୍ଦୀ, ତାମିଲ୍‌, ଓଡ଼ିଆ, ବେଙ୍ଗଲି ଓ କନ୍ନଡ ଆଦି ବିଭିନ୍ନ ଭାଷାରେ ଫିଲ୍ମ କରିସାରିଛନ୍ତି। ୨୦୧୬ରେ ବିଗବସ୍-୧୦ରେ ମଧ୍ୟ ଭାଗ ନେଇଥିଲେ ମୋନାଲିସା। ଆଉ କଲର୍ସ ଚାନେଲ୍‌ରେ ପ୍ରସାରିତ ନମକ ଇସ୍କରେ ପ୍ରମୁଖ ଭୂମିକା ନିର୍ବାହ କରି ବଡ଼ ଚର୍ଚ୍ଚାରେ ରହିଥିଲେ।

https://m.facebook.com/story.php?story_fbid=361885878638065&id=100044499666784

Get real time updates directly on you device, subscribe now.