fbpx

‘ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖୁଛି ନୂତନ ଶିକ୍ଷାନୀତି’

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତି ଲାଗୁ ହେବାର ଏକ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୦ରେ ଲାଗୁ କରାଯାଇଥିବା ଏହି ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳମୁକ୍ତ କରିବା ସହିତ ଚାପମୁକ୍ତ ରହିବାରେ ସହାୟକ ହୋଇଛି । ପୂର୍ବରୁ ଶିକ୍ଷାନୁଷ୍ଠାନ ଛାତ୍ରଙ୍କର ପାଠପଢାର ସମୟ ନିର୍ଦ୍ଧାରଣ କରୁଥିବା ବେଳେ ନୂତନ ଶିକ୍ଷାନୀତି ଛାତ୍ରଛାତ୍ରୀଙ୍କୁ ଏହି ସ୍ୱାଧୀନତା ପ୍ରଦାନ କରୁଛି । ଏହା ସହିତ ଦେଶରେ ରହିଥିବା ଇଞ୍ଜିନିୟରିଂ କଲେଜ ଗୁଡିକରେ ସ୍ଥାନୀୟ ଭାଷାରେ ପାଠ ପଢାଯିବାର ଘୋଷଣା କରାଯାଇଛି ।

ଶିକ୍ଷାନୀତିକୁ ଏକ ବର୍ଷ ପୁରୁଥିବା ବେଳେ ଏହାକୁ ନେଇ ଦେଶବାସୀ, ଶିକ୍ଷକ ସମାଜ ଓ ଛାତ୍ର ସମୂହକୁ ଧନ୍ୟବାଦ ଦେଇଛନ୍ତି ମୋଦୀ । ଦେଶର ସ୍ୱାଧୀନତାକୁ ୭୫ ବର୍ଷ ପୁରୁଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳମୁକ୍ତ କରିବାରେ ଏହି ନୀତିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଷ୍ଟ୍ରର ଭବିଷ୍ୟତ ଯୁବ ପିଢି ହାତରେ ରହିଥିବା ବେଳେ ଆମେ ତାଙ୍କୁ କିଭଳି ଶିକ୍ଷା ପ୍ରଦାନ କରିବା ତାହା ଆମର ଭବିଷ୍ୟତ ନିର୍ଦ୍ଧାରଣ କରିବ । ଏଣିକି ୮ ରାଜ୍ୟରେ ରହିଥିବା ୧୪ ଇଞ୍ଜିନିୟରିଂ କଲେଜରେ ୫ଟି ଭାରତୀୟ ଭାଷାରେ ପାଠ ପଢାଯିବ । ଏହା ସହିତ ୧୧ଟି ସ୍ଥାନୀୟ ଭାଷାକୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି । ଏହା ସହିତ ସମସ୍ତ ଭାରତୀୟ ଭାଷାକୁ ଅନୁବାଦ କରିବା ପାଇଁ ଏକ ଟୁଲ ବିକଶିତ କରାଯାଇଛି ବୋଲି ମୋଦୀ କହିଥିଲେ ।

Get real time updates directly on you device, subscribe now.