ନେପାଳରେ ହିଂସା, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି, ଲୁଚି ଲୁଚି ଦେଶ ଛାଡ଼ି ପଳାଇଲେ ପ୍ରଧାନମନ୍ତ୍ରୀ!

ନେପାଳରେ ବିଦ୍ରୋହର ନିଆଁ ଜଳୁଛି। ଅନେକ ନେତା ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇସାରିଲେଣି।

ନେପାଳ: ଭାରତର ପଡ଼ୋଶୀ ଦେଶ ନେପାଳରେ ହିଂସା ଥମିବାର ନାଁ ନେଉନାହିଁ। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ପ୍ରତିବାଦ ହିଂସାତ୍ମକ ରୂପ ନେଇଛି। ଏପରିକି ନେପାଳର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଛି।

ପ୍ରତିବାଦ ସମୟରେ ପୋଲିସ ଗୁଳି ଚଳାଇଛି, ଯେଉଁଥିରେ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହି ସମୟରେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଆଉ ଏବେ ସବୁଠାରୁ ବଡ଼ କବର ଆସୁଛି କି, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅନୁମାନ କରାଯାଉଛି ଯେ କେପି ଓଲି ଦେଶ ଛାଡି ପଳାଇ ଯାଇପାରନ୍ତି।

କାରଣ ଏବେ କାଠମାଣ୍ଡୁରେ ସ୍ଥିତି  ସଙ୍ଗୀନ ରହିଛି। ସଂସଦରେ ଧସେଇ ପଶିଛନ୍ତି ବିକ୍ଷୋଭକାରୀ। ଏପରିକି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବାସଭବନ ଉପରକୁ ପଥର ମାଡ଼ କରିଛନ୍ତି ବିକ୍ଷୋଭକାରୀ।

କାଠମାଣ୍ଡୁରେ ବିକ୍ଷୋଭକାରୀଙ୍କ ହିଂସା, ପୋଡ଼ା ଜଳା ଦେଖିବାକୁ ମିଳିଛି। ଯଦି ଦେଖିବା ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ମାଗିଥିଲେ ସେନାମୁଖ୍ୟ। ହିଂସାର ଦ୍ୱିତୀୟ ଦିନରେ ପଦରୁ ଇସ୍ତଫା ଦେଲେ ଓଲି।

ମନ୍ତ୍ରୀ-ନେତାଙ୍କ ଘର ଉପରେ ଆକ୍ରମଣ ଜାରି: ସୋମବାର ଦିନ ପ୍ରତିବାଦ କରୁଥିବା ଯୁବକଙ୍କ ଉପରେ ଗୁଳିଚାଳନା ପରେ ପ୍ରତିବାଦ ତୀବ୍ରତର ହୋଇଛି। ମଙ୍ଗଳବାର ଦିନ ପ୍ରତିବାଦକାରୀମାନେ ଦେଶର ମନ୍ତ୍ରୀ, ନେତାଙ୍କ ଘର ଉପରେ ଆକ୍ରମଣ ତୀବ୍ରତର କରିଛନ୍ତି।

ନେପାଳରେ ଯୁବ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ଓଲିଙ୍କ ଘର ଆଡକୁ ମାଡି ଯାଇଛନ୍ତି। ସୂତ୍ର ଅନୁସାରେ, ବିରୋଧୀ ଦଳ ନେତା ପୁଷ୍ପ କମଳ ଦହଲ (ପ୍ରଚଣ୍ଡ)ଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଯାଇଛି।

ନେପାଳୀ କଂଗ୍ରେସ ସଭାପତି ଦେଉବାଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଗୃହମନ୍ତ୍ରୀଙ୍କ ଘର ପୋଡ଼ି ଦିଆଯାଇଛି ଏବଂ ଯୋଗାଯୋଗ ମନ୍ତ୍ରୀଙ୍କ ଘର ମଧ୍ୟ ପୋଡ଼ି ଦିଆଯାଇଛି।

ଅନେକ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି: ଆପଣଙ୍କୁ ଜଣାଇ ଦେଉଛୁ ଯେ ନେପାଳ ସରକାରଙ୍କ ଅନେକ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ନେପାଳର କୃଷି ମନ୍ତ୍ରୀ ରାମନାଥ ଅଧିକାରୀ ମଧ୍ୟ ତାଙ୍କ ପଦ ଛାଡିଛନ୍ତି।

ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ଯାଦବ ମଧ୍ୟ ଇସ୍ତଫା ଦେଉଛନ୍ତି। ନେପାଳରେ ଶେଖର କୋଇରାଲା (ନେପାଳ କଂଗ୍ରେସ) ଗୋଷ୍ଠୀର ମନ୍ତ୍ରୀମାନେ ଇସ୍ତଫା ଦେଉଛନ୍ତି। ଏହା ପୂର୍ବରୁ ସୋମବାର ଦିନ ନେପାଳର ଗୃହମନ୍ତ୍ରୀ ରମେଶ ଲେଖକ ହିଂସାତ୍ମକ ପ୍ରତିବାଦର ଦାୟିତ୍ୱ ନେଇ ଇସ୍ତଫା ଦେଇଥିଲେ।