fbpx

ଭାରତ ସମେତ ୧୧ ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇନେଲା ନେପାଳ

ନୂଆଦିଲ୍ଲୀ: ଭାରତ ସମେତ ୧୧ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇନେଲା ନେପାଳ। ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦାହାଲ ପ୍ରଚଣ୍ଡଙ୍କ ସରକାରଙ୍କ ତରଫରୁ ଭାରତ ଓ ଆମେରିକା ସମେତ ୧୧ଟି ଦେଶରେ କାର୍ଯ୍ୟରତ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ନିଆଯାଇଛି। ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ନେପାଳ ସରକାର ଏପରି କରିଥିବା ସୂଚନା ମିଳିଛି।

ଏହି ରାଷ୍ଟ୍ରଦୂତମାନଙ୍କୁ ନେପାଳୀ କଂଗ୍ରେସ କୋଟାରୁ ନିଯୁକ୍ତ କରାଯାଇଥିଲା। ପ୍ରଚଣ୍ଡ ସରକାର ନେପାଳ କମ୍ୟୁନିଷ୍ଟ ପାର୍ଟି (ୟୁଏମଏଲ) ସହ ମେଣ୍ଟ କରିବାର ତିନି ମାସ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ପ୍ରଚଣ୍ଡଙ୍କ ଦଳ ନେପାଳୀ କଂଗ୍ରେସ ସହ ମେଣ୍ଟ କରିଥିଲା।

ଭାରତରେ ଅବସ୍ଥାପିତ ନେପାଳର ରାଷ୍ଟ୍ରଦୂତ ଡ. ଶଙ୍କର ଶର୍ମା, ବ୍ରିଟେନ, ଉତ୍ତର କୋରିଆ, କତାର, ସ୍ପେନ୍, ଡେନମାର୍କ, ଇସ୍ରାଏଲ, ସାଉଦି ଆରବ, ମାଲେସିଆ ଓ ପର୍ତ୍ତୁଗାଲରେ ନେପାଳର ରାଷ୍ଟ୍ରଦୂତ ଶ୍ରୀଧର ଖତ୍ରୀଙ୍କୁ ଫେରାଇ ଅଣାଯାଇଛି।

Get real time updates directly on you device, subscribe now.