fbpx

ନିଟ ମାମଲା:ଚାର୍ଜସିଟ ଦାଖଲ,ରହିଛି ୧୩ ଅଭିଯୁକ୍ତଙ୍କ ନାଁ

ଓଡିଶା ଭାସ୍କର: ନିଟ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ନିଟ ପେପର ଲିକ ମାମଲାରେ ସିବିଆଇ ପକ୍ଷରୁ ଏହା ଦାଖଲ କରାଯାଇଛି । ମାମଲାରେ ପ୍ରଥମକରି ଏହା ଦାଖଲ ହୋଇଛି । ଏଥିରେ ପ୍ରାୟ ୧୩ ଅଭିଯୁକ୍ତଙ୍କ ନାମ ରହିଥିବା ଉଲ୍ଲେଖ ଅଛି । କହିରଖୁ, ନିଟ ପେପର ଲିକ ସାରା ଦେଶରେ ଚାଞ୍ଚଲ୍ୟ ଖେଳା ଦେଇଥିଲା । ଳକ୍ଷ ଲକ୍ଷ ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଇଥିଲା । ଏନଟିଏଠାରୁ ସରକାର ପର୍ଯ୍ୟନ୍ତ ସମସ୍ତଙ୍କୁ ଛାତ୍ରଛାତ୍ରୀଙ୍କ ବିଦ୍ରୋହକୁ ସାମ୍ନା କରିବାକୁ ପଡିଥିଲା । ପରେ ସିବିଆଇ ଏହାର ତନାଘନା କରିଥିଲା ଓ ଏବେ ସିବିଆଇ ପକ୍ଷରୁ ଚାର୍ଜସିଟ୍ ଦାଖଲ ହୋଇଛି ।

Get real time updates directly on you device, subscribe now.