fbpx

ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ଆସିଲା ନୂଆ ଆପ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ନୂଆ ଆପ୍ ଲଞ୍ଚ ହୋଇଛି । ଲଞ୍ଚ ହୋଇଥିବା ନୂଆ ଆପ୍ଲିକେସନର ନାଁ ହେଉଛି ‘ସରଇ’ । ଏହି ଆପ୍ଲିକେସନ ଜରିଆରେ ପ୍ରତ୍ୟେକ ଦିନର ବିବରଣୀ ଦେଇପାରିବେ । ପ୍ରତିଦିନ ଆସୁଥିବା, ଯାଉଥିବା ଗ୍ରାହକଙ୍କ ବିବରଣୀ ଦେବେ ହୋଟେଲ ମାଲିକ ।ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବା ମୁତାବକ, ଭୁବନେଶ୍ୱରକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ ଅପରେସନ ଆରମ୍ଭ ହୋଇଛି । ବସ୍ତି ପିଲା ଡ୍ରଗ୍ସ ଖାଇ ଅପରାଧରେ ଲିପ୍ତ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ ଆଜି ଜଳେଶ୍ୱରରୁ ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନସୁଗାର ଡିଲ ବେଳେ ଜବତ କରିଛି ଏସଟିଏଫ । ୨ କେଜି ୪୦୨ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୩ ଜଣ ଗିରଫ ହୋଇଛନ୍ତି ।

Get real time updates directly on you device, subscribe now.