fbpx
BSKY SKY
BSKY SKY

କୁଆଡ଼େ ଗଲେ ଅଶରଫ୍ ଘନି? ମିଳୁନି ଖୋଜଖବର, ମନା କଲା କାଜକିସ୍ତାନ

BSKY

ନୂଆଦିଲ୍ଲୀ: ଆମେରିକା ନିଜର ସେନାକୁ ପ୍ରତ୍ୟାହାର କରିବା ପରେ ତାଲିବାନ ମାନେ ଅଫାଗାନିସ୍ତାନ ଉପରେ ନିଜର ପତିଆରା ପୁଣିଥରେ ଜମାଇଛନ୍ତି । ଗତକାଲି ସେମାନେ ପୂରା ଅଫଗାନକୁ ଅକ୍ତିଆର କରିନେଇଛନ୍ତି । ତାଲିବାନ ମାନେ ଗତକାଲି ଚାରିପଟରୁ କାବୁଲ କୁ ଘେରିବା ପରେ ରାଷ୍ଟ୍ରପତି ଭବନକୁ କାବୁ କରିନେଇଥିଲେ । ଏହି କଥା ପୂର୍ବରୁ ଜାଣିପାରି ରାଷ୍ଟ୍ରପତି ଅଶରଫ୍ ଘନି ଇସ୍ତଫା ଦେଇ ଫେରାର୍ ହୋଇଯାଇଛନ୍ତି । ତେବେ ସେ କାଜକିସ୍ତାନରେ ଥିବା କୁହାଯାଉଛି । ହେଲେ ଏବେ ସେ ସେଠାରେ ନଥିବା ଖୋଦ୍ କାଜକିସ୍ତାନ ସରକାର କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯେ, କେଉଁ ଆଡ଼େ ଚାଲିଯାଇଛନ୍ତି ଘନି?

କଜାଖ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଏବେକ୍ ସ୍ମାଦିୟାରୋବ୍ ସୋମବାର ଏନେଇ ସୁଚନା ଦେଇଛନ୍ତି । ସେମାନେ ଫୋନ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଆଫଗାନିସ୍ତାନ ରାଜଧାନୀ ଉପରେ ଆତଙ୍କବାଦୀ ସଂଗଠନ ତାଲିବାନ କବଜା କରିବା ପରେ ହିଂସାକୁ ରୋକିବା ପାଇଁ ପଦବୀରୁ ଇସ୍ତଫା ଦେଇ ଦେଶ ଛାଡ଼ି ଶ୍ରୀ ଘନି କାଜକିସ୍ତାନ ଆସିନାହାନ୍ତି ।

ସୂଚନା ଥାଉ ଯେ, ଆଫଗାନିସ୍ତାନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ତାଲିବାନ ମାନଙ୍କ ହାତକୁ ଚାଲିଯିବ ବୋଲି ଆଶଙ୍କା କରାଯାଉଥିଲା । ଯାହା ରବିବାର ଦିନ ସତ ସାବ୍ୟସ୍ତ ହୋଇଛି । କାବୁଲ ଉପରେ କବଜା କରିବା ସହିତ ଆଫଗାନିସ୍ତାନ ଉପରେ ୨୦ ବର୍ଷ ପରେ ପୁଣି ନିଜର ରାଜୁତି ଆରମ୍ଭ କରିଛି ତାଲିବାନ । ସେମାନଙ୍କ ଲେଉଟାଣିରେ ଏବେ ଆଫଗାନିସ୍ତାନର ପରିସ୍ଥିତି ଖୁବ୍ ଭୟାନକ ରହିଛି । ରାଷ୍ଟ୍ରପତି ଭବନରେ ଏବେ ତାଲିବାନ ଆତଙ୍କବାଦୀ ମାନେ ପହଞ୍ଚି ସାରିଛନ୍ତି । ଗତକାଲି ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଅଶରଫ୍ ଘନି ଏବଂ ତାଙ୍କ ସହଯୋଗୀ ମାନେ ଦେଶ ଛାଡ଼ି ଦେଇଛନ୍ତି ।

 

Get real time updates directly on you device, subscribe now.