fbpx

ନୂତନ ସଂସଦ ଗୃହରେ ଅଶୋକ ସ୍ତମ୍ଭ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Advertisement

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ନୂତନ ସଂସଦ ଭବନର ଛାତ ଉପରେ ବ୍ରୋଞ୍ଜରେ ନିର୍ମିତ ବିଶାଳ ଅଶୋକ ସ୍ତମ୍ଭ ଉନ୍ମୋଚନ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ସଂସଦ ଭବନ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ସହିତ ଆଲୋଚନା କରିଥିଲେ। ରାଷ୍ଟ୍ରିୟ ପ୍ରତିକ ଅଶୋକ ସ୍ତମ୍ଭ ଉନ୍ମୋଚନ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ଲୋକସଭା ବାଚସ୍ପତି ଓମ ବିର୍ଲା, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଉପସ୍ଥିତ ଥିଲେ। ବ୍ରୋଞ୍ଜରେ ନିର୍ମିତ ଏହି ଅଶୋକ ସ୍ତମ୍ବଟିର ଉଚ୍ଚତା ୬.୫ ମିଟର ଅଟେ।

ଏହାର ଓଜନ ପ୍ରାୟ ୯ ହଜାର ୫ଶହ କିଲୋଗ୍ରାମ୍ ଅଟେ। ଏହାକୁ ନୂଆ ସଂସଦ ଭବନର ସେଣ୍ଟ୍ରାଲ୍ ହଲ୍‌ର ଉପରେ ସ୍ଥାପନା କରାଯାଇଛି। ସୂଚନା ଅନୁଯାୟୀ, ନୂତନ ସଂସଦ ଗୃହର ଛାତ ଉପରେ ଜାତୀୟ ପ୍ରତୀକ ସ୍ଥାପନା କରିବାର ସଂକଳ୍ପ ଏବଂ ପ୍ରକ୍ରିୟା ମାଟି ମଡେଲିଂ ଏବଂ କମ୍ପ୍ୟୁଟର ଗ୍ରାଫିକ୍ସଠାରୁ ପିତ୍ତଳ କାଷ୍ଟିଂ ଏବଂ ପଲିସିଂ ପର୍ଯ୍ୟନ୍ତ ଆଠଟି ବିଭିନ୍ନ ପର୍ଯ୍ୟାୟରେ ପ୍ରସ୍ତୁତ କରାଯାଇଛି।

Get real time updates directly on you device, subscribe now.