fbpx

ବ୍ଲଡ୍ ଟେଷ୍ଟରୁ ଜଣାପଡ଼ିଲା ଏମିତି କ୍ୟାନ୍ସର, ଯାହାର ଲକ୍ଷଣ ମଧ୍ୟ ନାହିଁ: ରିସର୍ଚ୍ଚ

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ନୂଆ ବ୍ଲଡ ଟେଷ୍ଟରୁ ଜଣାପଡ଼ିଛି ଯେ ଏଭଳି କିଛି କ୍ୟାନ୍ସର ଅଛି ଯାହାର ରୋଗୀଙ୍କ ଠାରେ କୌଣସି ଲକ୍ଷଣ ନାହିଁ । ଏହି ଟେଷ୍ଟ ୬,୬୬୨ ରୋଗୀଙ୍କୁ ନେଇ କରାଯାଇଥିଲା । ପାଥଫାଇଣ୍ଡର ଜିଆରଏଆଇଏ ନାମକ ଏକ ହେଲ୍ଥକେୟାର କମ୍ପାନୀ କ୍ୟାନ୍ସର ସ୍କ୍ରିନିଙ୍ଗକୁ ଅଧିକ ଉନ୍ନତ କରିବା ପାଇଁ ଏହି ଟେଷ୍ଟ ତରଫରୁ କରାଯାଇଥିଲା ।

ଏହି ଟେଷ୍ଟ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ନେଇ କରାଯାଇଥିଲା । ଯାହାର ଫଳାଫଳ ୟୁରୋପିଆନ୍ ସୋସାଇଟି ଫର୍ ମେଡିକାଲ ଅଙ୍କୋଲୋଜି କଂଗ୍ରେସ ୨୦୨୨ ପ୍ୟାରିସଠାରେ ଉପସ୍ଥାପନ କରାଯାଇଥିଲା । ଏହି ଷ୍ଟଡିରେ ଜଣାପଡ଼ିଥିଲା ଯେ ୧ ପ୍ରତିଶତ ଲୋକଙ୍କ ଠାରେ ଏହି ସବୁ କ୍ୟାନ୍ସର ରହିଛି । ଏହି ଷ୍ଟଡିରେ ମଲ୍ଟି-କ୍ୟାନ୍ସର ଅର୍ଲି ଡିଟେକ୍ସନ(MCED) ଟେଷ୍ଟକୁ ମପା ଯାଇଥିଲା ଉଭୟ ପୁରୁଣା ଭର୍ସନ Galleri (MCED-E) ଏବଂ ତ୍ୱରିତ ଭର୍ସନ Galleri (MCED-Scr)କୁ ନେଇ ।

ଗବେଷକ କହିଛନ୍ତି ଯେ ପୂର୍ବରୁ ଯେଉଁ ଟେଷ୍ଟ ହେଉଥିଲା ତାହାଦ୍ୱାରା ପ୍ରି-ମଲିଗନାଣ୍ଟ ହେମାଟୋଲୋଜିକ୍ କଣ୍ଡିସନକୁ କମାଇବାକୁ କରାଯାଉଥିଲା । ଯାହାକି ସାଧାରଣ ଏବଂ ଏହା କ୍ୟାନ୍ସର ସିଗ୍ନାଲର ଆକଳନକୁ ବଢ଼ାଇଥିଲା । ଏହି କ୍ୟାନ୍ସର ସିଗ୍ନାଲ ୯୨ ରୋଗୀଙ୍କ ଠାରେ ଦେଖାଦେଇଥିଲା ଏବଂ ୩୫ ରୋଗୀଙ୍କଠାରେ ୩୬ ପ୍ରକାର କ୍ୟାନ୍ସର ମଳିଥିଲା । କମ୍ପାନୀ କହିଛି ଯେ ନିଶ୍ଚିତ ହୋଇଥିବା କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ ୭୧ ପ୍ରତିଶତ ଠାରେ ଯେଉଁ କ୍ୟାନ୍ସର ଦେଖାଦେଇଥିଲା ତାହାର କୌଣସି ରୁଟିନ୍ ସ୍କିନିଂ ବ୍ୟବସ୍ଥା ନାହିଁ ।

ସେମାନେ ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ କ୍ଲିନିକାଲ ଚିକିତ୍ସା ପରେ କ୍ୟାନ୍ସର ସିଗ୍ନାଲ ଅନୁମାନ ୯୭% ସଠିକ୍ ହେଉଥିଲା  । ତେବେ ଏହି ନୂଆ ଟେଷ୍ଟ କ୍ୟାନ୍ସର ସ୍କ୍ରିନିଂ ଦ୍ୱାରା କ୍ୟାନ୍ସର ସ୍କ୍ରିନିଂ ଏବଂ ଚିକିତ୍ସା ପଦ୍ଧତିକୁ ପୂର୍ବ ତୁଳନାରେ ଅଧିକ ଉତ୍ତମ କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.