fbpx

ଅଧା ବାଟରୁ ଛାଡ଼ିଦେଲା ୧୦୮ ଆମ୍ବୁଲାନ୍ସ:  ଚିକିତ୍ସା ଅବହେଳାରୁ ନବଜାତକ ମୃତ…

ଅଧା ବାଟରୁ ଛାଡି ଦେଲା ୧୦୮ ଆମ୍ବୁଲାନ୍ସ । ଚିକିତ୍ସା ଅବହେଳାରୁ ନବଜାତକ ମୃତ ଘଟିଲା ।  ସୂଚନା ମୁତାବକ ବିହାରର ଅଧିବାସୀ ପରବିନ୍ଦର ସିଂ ଝାରସୁଗୁଡାର ଏକ କମ୍ପାନୀରେ କାର୍ଯ୍ୟ କରନ୍ତି । ଗତ ୧ ତାରିଖ ରାତିରେ ତାଙ୍କ ପତ୍ନୀ ବୀର ସୁରେନ୍ଦ୍ର ସାଏଙ୍କର ମେଡ଼ିକାଲ କଲେଜ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।

ତେବେ ହଠାତ୍ ନବଜାତକ ଅସୁସ୍ଥ ହୋଇ ପଡିବାରୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ଆଣୁଥିଲେ । କିନ୍ତୁ ଭୋର ସମୟରେ ସମ୍ପୃକ୍ତ ଆମ୍ବୁଲାନ୍ସର ଚାଳକ ସେମାନଙ୍କୁ ଆଠଗଡ଼ ଡାକ୍ତରଖାନାରେ ଛାଡି ଚାଲି ଯାଇଥିଲା । ଏହାରି ମଧ୍ୟରେ ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।

ସେପଟେ ଡାକ୍ତରଖାନାରେ ପହଂଚିବା ପୂର୍ବରୁ ନବଜାତକ ଜୀବିତ ଥିଲା ବୋଲି ପିତା ପରବିନ୍ଦର ପ୍ରକାଶ କରିଛନ୍ତି । ଅନ୍ୟପଟେ ନବଜାତକ ର ମା ଏବେ ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଥିବାରୁ ପରବିନ୍ଦର ବୁର୍ଲା ଫେରିବାକୁ ଗାଡିଟିଏ ପାଇଁ ଆକୁଳ ନିବେଦନ କରୁଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣୁ ନଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.