fbpx
BJD SKY
BJD SKY

ଲଞ୍ଚ ହେଲା ‘ଓଡ଼ିଶା ଭାସ୍କର’ର ନୂଆ କମେଡି କାର୍ଟୁନ ଚ୍ୟାନେଲ ‘Halchal Dhamal’: ନ୍ୟୁଜ୍ ସହିତ ମିଳିବ ଜବରଦସ୍ତ କମେଡିର ତଡକା (Video)

BJD

ଓଡ଼ିଶା ଭାସ୍କର ଟିମ୍ ଆପଣ ମାନଙ୍କ ପାଇଁ ନେଇ ଆସିଛି ନୂଆ କମେଡି କାର୍ଟୁନ ଚ୍ୟାନେଲ  ‘ହଲଚଲ୍ ଧମାଲ୍’ । ଛୋଟ ଛୁଆଙ୍କ ଫନ୍ ଟାଇମକୁ ଆହୁରି ଫନ୍ କରିଦେବ ଆମର ଏହି ନୂଆ କମେଡି ଶୋ ‘ହଲଚଲ୍ ଧମାଲ୍’ । ଖାଲି ସେତିକି ନୁହେଁ, ସବୁ ବର୍ଗର ଲୋକ ଏହି ଶୋ’ ଜରିଆରେ ଖୁବ୍ ଆନନ୍ଦ ଉଠାଇପାରିବେ । ଏଣିକି ଆପଣ ଓଡ଼ିଶା ଭାସ୍କର ଚ୍ୟାନେଲରେ ନ୍ୟୁଜ୍ ସହିତ ଜବରଦସ୍ତ ଆନିମେସନ୍ କମେଡିର ମଜା ନେଇପାରିବେ । ଏହି ଅବସରରେ ଆନିମେସନ୍ କମେଡି ଶୋ’ “ହଲଚଲ୍ ଧମାଲ୍” ର ପ୍ରଥମ ଝଲକ ଆମର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ବାହାରି ସାରିଛି । ଯଦି ଆପଣ ଖାଲି ସମୟରେ ଜବରଦସ୍ତ କମେଡିର ମଜା ନେବାକୁ ଚାହୁଁଛନ୍ତି ତାହେଲେ ଏବେ ହିଁ ଓଡ଼ିଶା ଭାସ୍କର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ଆମେ ଆପଣ ମାନଙ୍କ ପାଇଁ “ହଲଚଲ୍ ଧମାଲ’ର ନୂଆ ନୂଆ ଭିଡିଓ ନେଇଆସିବୁ ।

ଏହି କମେଡିର ଶୋ’ର ପ୍ରୋମୋର ଗୀତଟିକୁ ଗାଇଛନ୍ତି ଓଲିଉଡ୍ ହିଟ୍ ମେସିନ୍ ତଥା ବାଦଶାହ ଅଭିଜିତ୍ ମଜୁମଦାର୍ । ସେ ଗାଇବା ସହିତ ଏହି ଗୀତର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଆନିମେଟର ନିର୍ଦ୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶୋ’ଟି ନିର୍ମାଣ କରାଯାଇଛି । ସେ ଭିଡିଓରେ ଆନିମେସନ୍ ଦେଇଥିବା ସହିତ ପ୍ରୋମୋ ଗୀତଟିକୁ ଲେଖିଛନ୍ତି ମଧ୍ୟ । ସେ ଲୋକପ୍ରିୟ କାର୍ଟୁନ୍ ଶୋ’ ‘ଛୋଟା ଭୀମ୍’ର କ୍ୟାରେକ୍ଟର୍ ଭାର ସମ୍ଭାଳିବା ସହିତ ନିର୍ଦ୍ଦେଶନା ବି ଦେଇଛନ୍ତି । ଖାଲି ସେତିକି ନୁହଁ କ୍ୟୁରିୟସ୍ ଜିଓରଜ୍, ପ୍ରିଜି, ସ୍ପିରିଟ୍, ହିସଟେରିଆ ଭଳି ଇଣ୍ଟର୍ ନ୍ୟାସନାଲ୍ କାର୍ଟୁନ୍ ଶୋ’ ରେ ମଧ୍ୟ କାମ କରିଛନ୍ତି । ସେ ଆନିମେସନ୍ କ୍ଷେତ୍ରରେ ଇଣ୍ଟରନ୍ୟାସନାଲ୍ କମ୍ପାନୀ ୱାର୍ନର୍ ବ୍ରଦର୍ସ , ୟୁନିଭର୍ସାଲ୍ ଷ୍ଟୁଡିଓ ଜଡ଼ିତ ରହିଛନ୍ତି ।

ଏହାସହିତ ଟିମ୍ ସଦସ୍ୟ ମାନେ କାର୍ଟୁନ୍ ଗୁଡ଼ିକୁ ଜୀବନ୍ତ ବନାଇଛନ୍ତି । ଟିମ୍ ସଦସ୍ୟ ଙ୍କ ମଧ୍ୟରେ ରହିଛନ୍ତି; ଶଙ୍କର୍ଷଣ ବାରିକ ଯିଏକି ସିନିୟର୍ ଆନିମେଟର୍ ଓ ପ୍ରିୟବ୍ରତ ଦାସ (ଆନିମେଟର୍) । ଏହା ସହିତ ଆମର କ୍ରିଏଟିଭ୍ ଟିମରେ ରହିଛନ୍ତି; ଗୋପିନାଥ ବେହେରା, ସ୍ୱିଟି ଦାସ, ତନ୍ମୟ କୁମାର ଭଳ, ପ୍ରଭୁଜୀତ ମହାରଣା ଓ ପୂଜା ରାଣୀ ଦାସ । ଭଏସ୍ ଓଭର ଆର୍ଟିିଷ୍ଟ ଭାବରେ ବିଭିନ୍ନ କ୍ୟାରେକ୍ଟରକୁ ଜୀବନ୍ତ କରିଛନ୍ତି ରୁନା ଚାନ୍ଦ,ନିତ୍ୟାନନ୍ଦ, ତନ୍ମୟ କୁମାର ଭଳ,ବିଜୟ କୁମାର ହୋତା, ଜଜ୍ଞ ପ୍ରସାଦ ନାୟକ ଓ ସ୍ଥିତିପ୍ରଜ୍ଞା ନାୟକ । ଏହି ସିରଜର ବ୍ୟାକ ଗ୍ରାଉଣ୍ଡ ମ୍ୟୁଜିକ୍ ଦେଇଛନ୍ତି ଅମିତ ଜନ ଏବଂ ଲୀନା ଜନ ।

Channel Link-  https://youtube.com/channel/UCjV8qHXv0WDxknJyBYCSvSQ?sub_confirmation=1

 

Get real time updates directly on you device, subscribe now.