fbpx
BSKY
BJD SHG SKY
BJD MC SKY

ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା, ନାଇଟ୍ କର୍ଫ୍ୟୁରୁ ଏମାନଙ୍କୁ କରାଯାଇଛି ମୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ କଟକଣା ଲଗାଯାଇଛି । କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି କଟକଣା ଲଗାଯାଇଛି । ଅଫିସରେ କର୍ମଚାରୀ ଏକାଠି ହୋଇ ଉତ୍ସବ ପାଳନ କରିପାରିବେ ନାହିଁ । ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇ ପାରିବେନି କୌଣସି ବି କର୍ମଚାରୀ । ଅଫିସରେ ସାମାଜିକ ଦୂରତା ରଖିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ନୂଆବର୍ଷ ପାଇଁ ଆଜିଠୁ ତିନିଦିନ ଯାଏଁ ରାଜଧାନୀରେ କଟକଣା ଲଗାଯାଇଛି । ପବ୍, ବାର୍, ରେସ୍ତୋରାଁରେ ନୂଆବର୍ଷ ସେଲିବ୍ରେସନ୍ ବାରଣ କରାଯାଇଛି । ସେହିପରି ରାଜଧାନୀର ସବୁ ଧର୍ମାନୁଷ୍ଠାନକୁ ମଧ୍ୟ ବନ୍ଦ କରାଯାଇଛି । ସହରାଞ୍ଚଳରେ ରାତି ୧୦ ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲଗାଯାଇଛି । ନାଇଟ କର୍ଫ୍ୟୁ କଟକଣାରୁ ଜରୁରୀ ସେବାକୁ ବାଦ୍ ଦେଇଛନ୍ତି ସରକାର । ଏହି କ୍ରମରେ ପୋଲିସ୍, ପୌର ପ୍ରଶାସନ, ଡାକ୍ତର, ହସ୍ପିଟାଲ କର୍ମଚାରୀ, ବିଦ୍ୟୁତ, ଅଗ୍ନିଶମ, ଟେଲିକମ୍, ଜଳ ଯୋଗାଣ, ରେଳ କର୍ମଚାରୀ ଆଦିଙ୍କୁ କଟକଣାରୁ ମୁକ୍ତ କରାଯାଇଛି ।

ଏମାନଙ୍କ ବ୍ୟତୀତ ଜିଲ୍ଲା/କମିଶନରେଟ୍ ପୋଲିସ୍ ଦ୍ୱାରା ଚିହ୍ନିତ ଗଣମାଧ୍ୟମ କର୍ମଚାରୀଙ୍କୁ ବି ମୁକ୍ତ କରାଯାଇଛି । କୋଭିଡ୍ ଟେଷ୍ଟିଂ ଓ ଟିକାକରଣ କେନ୍ଦ୍ର, ଔଷଧ ଦୋକାନ, ସବୁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ରାଜପଥ ପାଶ୍ୱର୍ ହୋଟେଲ କର୍ମଚାରୀଙ୍କୁ ବି ମୁକ୍ତ କରାଯାଇଛି । ଖାଲି ସେତିକି ନୁହେଁ ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ହୋମ୍ ଡେଲିଭେରୀ ଆଦି ସେବା ଜାରି ରହିବ ।

Get real time updates directly on you device, subscribe now.