fbpx
BSKY
BJD SHG SKY
BJD MC SKY

୫ ମହାନଗର ନିଗମରେ ଜାଗା ମିଶନ: କ୍ୟାବିନେଟ୍ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିରେ ୫ ମହାନଗରରେ ଥିବା ବସ୍ତିବାସିନ୍ଦାଙ୍କ ପାଇଁ ହୋଇଛି ବଡ଼ ଘୋଷଣା । ୫ ମହାନଗର ନିଗମ ପାଇଁ ଜାଗା ମିଶନକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇବେ ରାଜ୍ୟ ସରକାର । ୯୩୮ଟି ବସ୍ତିର ୧ ଲକ୍ଷ ୯୦ ହଜାର ପରିବାର ଏଥିରେ ଉପକୃତ ହେବ । ଏହି ନିଷ୍ପତ୍ତି ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

୮ ଲକ୍ଷ ୫୮ ହଜାର ଲୋକ ଏଥିରେ ଉପକୃତ ହେବ । ୬ ମାସ ଭିତରେ କାମ ସମ୍ପୂର୍ଣ୍ଣ ହେବ ।୫ଟି ମହାନଗର ନିଗମ ଯଥା, ରାଉରକେଲା, ସମ୍ବଲପୁର, କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ଏହା ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.