fbpx

ଆସନ୍ତା ୨୪ରେ ଦାୟିତ୍ୱ ଗ୍ରହଣ କରିବେ ନୂଆ CJI ଏନଭି ରମଣ

ନୂଆଦିଲ୍ଲୀ, ୬ା୪: ଆସନ୍ତା ୨୪ ତାରିଖରେ ସୁପ୍ରିମମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନଭି ରମଣ । କଲେଜିମ୍ ସୁପାରିଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିବା ପରେ ଜଷ୍ଟିସ ରମଣଙ୍କ ନିଯୁକ୍ତି ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ ଯେ, ମୁଖ୍ୟ ବିଚାରପତି ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେ । ବରିଷ୍ଠତା ଭିତ୍ତିରେ ନିଯୁକ୍ତି ଦେବା ପାଇଁ ବୋବଡେ କେନ୍ଦ୍ର ସରକାରଙ୍କୁ ରମଣଙ୍କ ନାମ ସୁପାରିଶ କରିଥିଲେ । ବିଚାରପତି ରମଣ ପୂର୍ବରୁ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରି ସାରିଛନ୍ତି । ଆସନ୍ତା ୨୩ ତାରିଖରେ ପ୍ରଧାନ ବିଚାରପତି ବୋବଡେଙ୍କ କାର୍ଯ୍ୟକାଳ ସମାପ୍ତ ହେବ ।

Get real time updates directly on you device, subscribe now.