fbpx

ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

ପୁରୀ ୨୮ ।୪ (ଓଡ଼ିଶା ଭାସ୍କର) : ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ପିପିପି ମୋଡରେ ହେବ ୧୫୦ ଶଯ୍ୟା ବିଶିଷ୍ଟ ନେଇ କୋଭିଡ୍ ହସ୍ପିଟାଲ ତିଆରି କରାଯିବ । ଏହି କୋଭିଡ୍ ହସ୍ପିଟାଲକୁ ଭୁବନେଶ୍ୱର ସମ୍ ହସ୍ପିଟାଲ ପରିଚାଳନା କରିବ । ୪୦ଟ ଆଇସିୟୁ ସହ ୪ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯିବ ହସ୍ପିଟାଲରେ । ପୁରୀ କୋଭିଡ୍ ହସ୍ପିଟାଲ ନିର୍ମାଣ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଗତ ୨୩ ତାରିଖରୁ ଆରଟିପିସିଆର ଟେଷ୍ଟିଂ ବ୍ୟବସ୍ଥା ଅଚଳ ଥିବା କହିଛନ୍ତି ଜିଲ୍ଲାପାଳ । ଆରଟିପିସିଆର ଟେଷ୍ଟିଂ ସେଣ୍ଟରେ ତ୍ରୁଟି ଯୋଗି ଏହି ବ୍ୟବସ୍ଥା ଅଚଳ ହୋଇଥିଲା । ଜିଲ୍ଲାରେ ଆଣ୍ଟିଜେନ୍ ବଢାଯିବା ସହ ଲକ୍ଷଣ ଥିଲେ ହସ୍ପଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଗତ ୨୪ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଛି । ଦିନକରେ ଆଉ ନୂଆ ୮ ହଜାର ୩୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୯ଟି ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି ।

Get real time updates directly on you device, subscribe now.