fbpx

ଅଲ୍ଲୁ ଅର୍ଜୁନ୍ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୨୮ା୪ (ଓଡିଶା ଭାସ୍କର) : ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟୁଇଟ୍ କରି ସୁଚନା ଦେଇଛନ୍ତି । ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜକୁ ଏବେ ଆଇସୋଲେଟ୍ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ, “ମୋର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ନିଜକୁ ଏବେ ଆଇସୋଲେଟ୍ କରିଛି । ତେଣୁ ମୁଁ ଅନୁରୋଧ କରୁଛି ଯେ, ଯେଉଁ ମାନେ ମୋ ସଂର୍ସ୍ପଶରେ ଆସିଛନ୍ତି ସେମାନେ ନିଜର କୋଭିଡ୍ ଟେଷ୍ଟ କରନ୍ତୁ । ମୁଁ ମୋ ଫ୍ୟାନ୍ସ ଏବଂ ଶୁଭଚିନ୍ତକ ମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ଚିନ୍ତା କରନ୍ତୁନି । ମୁଁ ମୋର ଚିକିତ୍ସା କରୁଛି । ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ” । ଏହାପରେ ତାଙ୍କ ଫ୍ୟାନ୍ସ ମାନେ ତୁରନ୍ତୁ ସୁସ୍ଥ ହେବା ନେଇ କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି ।

ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ୨୦୦୩ରେ ଫିଲ୍ମ “ଗଙ୍ଗୋତ୍ରୀ” ମାଧ୍ୟମରେ ଆକ୍ଟିଂ କ୍ୟାରିୟର୍ ଆରମ୍ଭ କରିଥିଲେ । ସେ ଫିଲ୍ମଫେୟାର ଏବଂ ନନ୍ଦୀ ଆୱାର୍ଡ ମଧ୍ୟ ହାସଲ କରିସାରିଛନ୍ତି । ଏଯାବତ୍ ସେ ଅନେକ ଗୁଡିଏ ହିଟ୍ ଫିଲ୍ମ କରିସାରିଛନ୍ତି ।

Get real time updates directly on you device, subscribe now.