fbpx

(Breaking) ଟ୍ବିନସିଟି ପୋଲିସକୁ ସିପିଙ୍କ କଡା ତାଗିଦ

କଟକ: କମିଶନରେଟ ପୋଲିସକୁ ନୂଆ କମିଶନରଙ୍କ ତାଗିଦ । କମିଶନରେଟ ପୋଲିସରେ କାମ କରୁଥିବା ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ କଡା ଆଭିମୁଖ୍ୟ ଜଣାଇଛନ୍ତି ନୂଆ କମିଶନର ସୁରେଶ ଦେବଦତ୍ତ ସିଂହ । ଦିନ ହେଉ କି ରାତି ଲୋକଙ୍କୁ ଅଭିଯୋଗ ଶୁଣ । ପର୍ଫର୍ମାନ୍ସ ହେଉଛି ଆଧାର, ନହେଲେ ହେବ କାର୍ଯ୍ୟାନୁଷ୍ଠାନ । ବହୁ ଦିନରୁ କମିଶନରେଟ ପୋଲିସରେ ଥିବା ଅଧିକାରୀଙ୍କ ନିଆଯିବ ପର୍ଫର୍ମାନ୍ସ ରିପୋର୍ଟ । ତା ଉପରେ ହେବ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ବୋଲି କଟକ ସିପି ଅଫିସରେ ମଙ୍ଗଳବାର ନୂଆ ସିପି ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି ।

ଏଥିସହ ଥାନାରେ ଅଧିକାରୀଙ୍କ କାର୍ଯ୍ୟପନ୍ଥାକୁ ନେଇ ମଧ୍ୟ ଟିପ୍ସ ଦେଇଛନ୍ତି ସିଂହ । କହିଛନ୍ତି, ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ଉପରେ ଗୁରୁତ୍ୱ ଦିଆଯାଉ । ଏଥିସହ ଯେତେବେଳେ କେହି ଥାନାକୁ ଆସୁଛନ୍ତି ତାଙ୍କ ସହ ଉତ୍ତମ ବ୍ୟବହାର କରାଯାଉ । କୌଣସି ଖିଲାପିକୁ ଆଉ ସିପି ସହ୍ୟ ନ କରିବା ପରି ଆଜି ତାଙ୍କ ତାଗିଦରୁ ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.